20.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶରୋଗୀଙ୍କୁ ଛାଡ଼ି ମଦ ପିଇବାକୁ ଚାଲିଗଲେ ଡାକ୍ତର

ରୋଗୀଙ୍କୁ ଛାଡ଼ି ମଦ ପିଇବାକୁ ଚାଲିଗଲେ ଡାକ୍ତର

ନୂଆଦିଲ୍ଲୀ : ଦୁଇ ଜଣ ଡାକ୍ତର ଦେବେ ଜୋରିମନା। ମୃତ ମହିଳା ରୋଗୀଙ୍କ ପରିବାରକୁ ଦେବେ କ୍ଷତିପୂରଣ। ମାଲେସିଆର କୋର୍ଟ ଦୁଇ ଜଣ ଡାକ୍ତରଙ୍କ ଉପରେ ୬ ମିଲିୟନ ରିଙ୍ଗିଟ୍ (୧୧.୪୨ କୋଟି ଟଙ୍କା) ର ଜୋରିମନା ଲଗାଇଛନ୍ତି। କୋର୍ଟଙ୍କ ଆଦେଶରେ କୁହାଯାଇଛି କି, ମହିଳା ରୋଗୀଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣର ଏହି ରାଶି ଦିଆଯାଉ। ବାସ୍ତବିକ କଥା ହେଲା ଏୟା ଯେ, ଏଥିରୁ ଜଣେ ଡାକ୍ତରଙ୍କ ଉପରେ ଅଭିଯୋଗ ହୋଇଛି କି, ସେ ଏହି ସମୟରେ ହସ୍ପିଟାଲ ବାହାରକୁ ମଦ ପିଇବାକୁ ଯାଇଥିଲେ , ଯେବେ ରକ୍ତରେ ଜୁଡ଼ୁବୁଡ଼ୁ ସ୍ଥିତିରେ ରୋଗୀ ତାଙ୍କ ପାଖକୁ ଆସିଥିଲେ। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ମୁତାବିକ, କୋର୍ଟ ଡା. ଏସ ଶନମୁଗମ ଓ ଡା. ଏ ରବିଙ୍କ ସହ ନର୍ସ ଇଜାନିଆ ନତାଲିଆ ଜୁକିମିନ, ନୁର ଏଡା ମେଟ୍ ଇସା , ନେସି ୟାସାଙ୍କୁ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଜଷ୍ଟିସ୍ ନୋର୍ଲିଆ ଓଥମ୍ୟାନ ୨୦୧୯ର ମାମଲାକୁ ଅବତାରଣା କରି କହିଛନ୍ତି ଯେ, ତାଙ୍କର ଅବହେଳା କାରଣରୁ ମହିଳାଙ୍କ ମୃତ୍ୟୁ ହୋଇ ଯାଇ ଥିଲା। ରିପୋର୍ଟ ମୁତାବିକ ,ବିଚାରପତି ନୋର୍ଲିଜା କହିଛନ୍ତି କି, କୋର୍ଟଙ୍କୁ ଏହି ମାମଲାରେ ଅନେକ ଗୁଡ଼ିଏ ସୂଚନା ଦିଆଯାଇଛି। ଏହା କୁହାଯାଇଛି କି, ରୋଗୀ ଏମ୍ ପୁନିତାଙ୍କୁ ନିଜର ଦ୍ୱିତୀୟ ପିଲାକୁ ଜନ୍ମ ଦେବା ଓ ନାଡିକୁ ହଟାଇବା ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହା ସତ୍ତ୍ୱେ ମେଡିକାଲ ଷ୍ଟାଫ୍ ତାଙ୍କର ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ କି, ରୋଗୀଙ୍କ ସ୍ଥିତି ସ୍ଥିର ଅଛି। ଏହା କହି ଉଭୟ ଡାକ୍ତର ଡେଲିଭରୀ ରୁମରୁ ବାହାରକୁ ଚାଲି ଯାଇଥିଲେ ଏବଂ ମହିଳାଙ୍କୁ ୩ଜଣ ନର୍ସଙ୍କ ନିରୀକ୍ଷଣରେ ଛାଡ଼ି ଦେଲେ ଥିଲେ।

ସେ କହିଛନ୍ତି କି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନର୍ସଙ୍କୁ ଏହି କାମ ପାଇଁ ଯୋଗ୍ୟ ଭାବେ ପାଇ ନଥିଲେ। ହସ୍ପିଟାଲରେ ମୃତକଙ୍କ ମାଆଙ୍କୁ ଜଣାପଡ଼ିଲା କି, ତାଙ୍କର ଝିଅର ରକ୍ତସ୍ରାବ ହେଉଛି, ଯାହାକୁ ରୋକିବା ପାଇଁ ନର୍ସ କପଡ଼ା ବ୍ୟବହାର କରିଛନ୍ତି।ପରେ ରୋଗୀଙ୍କ ସ୍ଥିତି ଖୁବ୍ ଗୁରୁତର ହୋଇ ଯାଇଥିଲା। ତାଙ୍କୁ ଅନ୍ୟ ହସ୍ପିଟାଲକୁ ଟ୍ରାନ୍ସ,ଫର କରିଦିଆ ଯାଇଛି। ଏଠାରେ ଏର୍ମଜେନ୍ସିରେ ତାଙ୍କର ସର୍ଜରୀ କରାଯାଇଛି, ହେଲେ ପୂର୍ବରୁ ରକ୍ତ ଏତେ ଅଧିକ ବହି ଯାଇଥିଲା କି, ତାଙ୍କୁ ରକ୍ଷା କରାଯାଇ ପାରି ନଥିଲା। ଏହା ସଂପୂର୍ଣ୍ଣ ଭାବେ ଡାକ୍ତରଙ୍କ ଅବହେଳାର ମାମଲା ଥିଲା। ବିଚାରପତି ନିଜ ନିଷ୍ପତ୍ତିରେ କହିଛନ୍ତି କି, ଡାକ୍ତରଙ୍କ ପାଖରେ ପ୍ରସୂତି ବିଜ୍ଞାନର ଖୁବ୍ ଅଭିଜ୍ଞତା ଥିଲା। ହେଲେ ସେ ପ୍ରସବ ସମ୍ୱନ୍ଧିତ ସାମାନ୍ୟ ଜଟିଳତାକୁ ବୁଝି ପାରିଲେ ନାହିଁ। ରୋଗୀର ସ୍ଥିତିକୁ ଅଣଦେଖା କରିଦିଆ ଗଲା , ଯାହାକି କେବେ ସ୍ୱୀକାର କରାଯାଇ ପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking