27.1 C
Bhubaneswar
Wednesday, March 25, 2026
Homeଓଡିଶାଚଢ଼ା ଦରରେ ଆଳୁ ବିକିଲି କଟିବ ଫାଇନ: ମନ୍ତ୍ରୀ

ଚଢ଼ା ଦରରେ ଆଳୁ ବିକିଲି କଟିବ ଫାଇନ: ମନ୍ତ୍ରୀ

ଭୁବନେଶ୍ୱର: ଚଢ଼ା ଦରରେ ଆଳୁ ବିକୁଥିବା ବ୍ୟବସାୟୀଙ୍କୁ ଶୁକ୍ରବାର ତାଗିତ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଅଧିକାରୀମାନଙ୍କୁ ଚଢ଼ଉ ସହ ଫାଇନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ପ୍ରକାଶ ଯେ ରାଜ୍ୟରେ ଆଳୁ ଦର ଖସିବାର ନାଁ ଧରୁନି। ରାଜ୍ୟ ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ପରେ ମଧ୍ୟ ଦରରେ କୌଣସି ପ୍ରକାର ସୁଧାର ଆସୁନାହିଁ। ଆଳୁର ଏଭଳି ଚଢ଼ା ଦରକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଳୁକୁ ନେଇ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀପର୍ୟ୍ୟନ୍ତ ସମସ୍ତେ ଚିନ୍ତିତ। ଲୋକଙ୍କ ଥାଳିରୁ ଆଳୁ କମିଗଲାଣି। ଆଳୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking