ଭୁବନେଶ୍ୱର: ଇଭିଏମ ଜାଲିଆତି ଅଭିଯୋଗ ଆଣିଲା ବିଜେଡି । ପ୍ରେସମିଟରେ ବିଜେଡି ବିଧାୟକ ଓ ପୂର୍ବତନ ସାଂସଦଙ୍କ ଅଭିଯୋଗ । ଗତ ସାଧାରଣ ନିର୍ବାଚନରେ ଇଭିଏମ ଜାଲିଆତି ହୋଇଥିଲା । ଇସିଆଇଙ୍କୁ ଭେଟି ବିଜେଡି ସାଂସଦ ଅଭିଯୋଗ ଜଣାଇଛନ୍ତି । ନିର୍ବାଚନ ପରେ ୩୮ ହଜାର ବୁଥ ର ଡାଟା ଜିଲ୍ଲାପାଳଙ୍କୁ ମାଗିଥିଲୁ । ଏହା ସର୍ବ ସାଧାରଣ ଡାଟା କିନ୍ତୁ ଦେଲେ ନାହିଁ । କିଛି ବୁଥ ରେ ଅସଂଗତି ଅଛି , ୬ ମାସର ରିସର୍ଚ୍ଚ କରିଛୁ । ଓଡ଼ିଶାର ଲୋକେ କହୁଥିଲେ ନବୀନ ପୁଣି ସରକାର କରିବେ । ସାଧାରଣ ଲୋକଙ୍କ ଭିତରେ ଏମିତି ପ୍ରଶ୍ନ କେମିତି ହେଲା । ଲୋକେ କହୁଛନ୍ତି ବିଜେଡି ହାରିବା କଥା ନୁଁହ ।ଏହା ଓଡିଶା ବାସୀଙ୍କ ମନରେ ଦ୍ୱନ୍ଦ ଓ ସନ୍ଦେହ ସୃଷ୍ଟି କରିଛି ।