25.1 C
Bhubaneswar
Tuesday, February 3, 2026
Homeଓଡିଶାନବୀନଙ୍କ ସମୟରେ ରାଜ୍ୟର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

ନବୀନଙ୍କ ସମୟରେ ରାଜ୍ୟର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

 ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟର ତଥ୍ୟ ଦେଲେ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ
 ୨୦୨୩ରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିରେ ଓଡିଶା ଯୁଗ୍ମ ଦ୍ଵିତୀୟ ଶ୍ରେଷ୍ଠ ରାଜ୍ୟ
 ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିରେ ଓଡ଼ିଶା ତୃତୀୟ ଶ୍ରେଷ୍ଠ ରାଜ୍ୟ
ଭୁବନେଶ୍ୱର, : କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଶ୍ରୀ ଭୂପିନ୍ଦର ଯାଦବ ଆଜି ଟ୍ୱିଟ ମାଧ୍ୟମରେ ପ୍ରକାଶ କରିଥିବା ଇଣ୍ଡିଆ ଷ୍ଟେଟ ଫରେଷ୍ଟ ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି କ୍ଷେତ୍ରରେ ଓଡିଶା ଦେଶର ସମସ୍ତ ରାଜ୍ୟ ମାନଙ୍କ ତୁଳନାରେ ଉଭୟ କ୍ଷେତ୍ରରେ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛି। ବିଜୁ ଜନତା ଦଳ ତରଫରୁ ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି, ଗତ କିଛି ବର୍ଷ ଧରି ଲଗାତର ଭାବେ ଏହି ଦୁଇ କ୍ଷେତ୍ରରେ ଓଡିଶା ପ୍ରଭାଵଶାଳୀ ପ୍ରଦର୍ଶନ କରି ଆସୁଛି ଓ ଏହା ନବୀନ ସରକାରଙ୍କ ଅନେକ ଉପଲବ୍ଧି ମଧ୍ୟରୁ ଅନ୍ୟତମ ଓ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଏହାର ସ୍ଵୀକାରୋକ୍ତି।
ଶ୍ରୀ ଯାଦବ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ୨୦୨୩ ମସିହାରେ, ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି କ୍ଷେତ୍ରରେ ସ୍ଥାନ ପାଇଥିବା ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ପ୍ରଥମ ସ୍ଥାନରେ ଛତିଶଗଡ଼ ୬୮୪ ବର୍ଗ କିଲୋମିଟର, ଯୁଗ୍ମ ଦ୍ଵିତୀୟ ସ୍ଥାନରେ ଉତ୍ତର ପ୍ରଦେଶ ଓ ଓଡିଶା ଉଭୟ ୫୫୯ ବର୍ଗ କିଲୋମିଟର ଓ ତୃତୀୟ ସ୍ଥାନରେ ରାଜସ୍ତାନ ୩୯୪ ବର୍ଗ କିଲୋମିଟର ବୃଦ୍ଧି ରେକର୍ଡ କରିଛି। ସେହିପରି, ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି କ୍ଷେତ୍ରରେ ୨୪୨ ବର୍ଗ କିଲୋମିଟର ବୃଦ୍ଧି କରି ପ୍ରଥମ ସ୍ଥାନରେ ମିଜୋରାମ, ୧୮୦ ବର୍ଗ କିଲୋମିଟର ବୃଦ୍ଧି କରି ଗୁଜୁରାଟ ଦ୍ଵିତୀୟ ସ୍ଥାନରେ ଓ ୧୫୨ ବର୍ଗ କିଲୋମିଟର ବୃଦ୍ଧି କରି ଓଡିଶା ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଜାତୀୟ ସ୍ତରରେ ଓଡିଶାର ପ୍ରଦର୍ଶନକୁ ସ୍ପଷ୍ଟ ଦର୍ଶାଉଛି। ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ କେବଳ ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ନୁହେଁ, ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଜାତୀୟ ସ୍ତରରେ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଛି। ଏଥିପାଇଁ କେନ୍ଦ୍ର ସରକାର, ନୀତି ଆୟୋଗ ଓ ଆରବିଆଇ ଭଳି ସଂସ୍ଥା ନବୀନ ସରକାରଙ୍କ ଉପଲବ୍ଧିକୁ ସ୍ୱୀକାର କରିଛନ୍ତି ବୋଲି ଡ଼ଃ ମହାନ୍ତି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking