ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ତା । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୨୭ ଏବଂ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିଯାନୁନୟ ହୋଇଯିବ । ଡିସେମ୍ବର ୩୦ ଓ ୩୧ ରେ ପରୀକ୍ଷା ମୂଳକ ଭାବେ ଧାଡି ଦର୍ଶନ ହେବ । ସାତ ପାହାଚ ଦ୍ୱାର ଦେଇ ପ୍ରବେଶ, ଘଣ୍ଟି ଏବଂ ଗାରଦ ଦ୍ୱାରରେ ପ୍ରସ୍ଥାନ । ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ପ୍ରସ୍ଥାନ କରିବେ । ଗାରଦ ଦ୍ୱାରରେ ପୁରୁଷ ମାନେ ଦର୍ଶନ କରି ବାହାରିବେ ।