25.4 C
Bhubaneswar
Tuesday, April 7, 2026
Homeଦେଶ ବିଦେଶପାର୍ସଲ ଭିତରୁ ବାହାରିଲା ମୃତଦେହ

ପାର୍ସଲ ଭିତରୁ ବାହାରିଲା ମୃତଦେହ

ନୂଆଦିଲ୍ଲୀ :ଘରର ଜଣେ ମହିଳା ମଧ୍ୟ ପାର୍ସଲ ପାଇବା ପରେ ଏହାକୁ ଉତ୍ସାହର ସହ ଖୋଲିଥିଲେ। କିନ୍ତୁ ପାର୍ସଲ ଭିତରୁ ବାହାରିଥିବା ଜିନିଷ ଦେଖି ମହିଳା ଜଣଙ୍କ ପୂରା ଚକିତ ହୋଇଯାଇଛନ୍ତି। କାରଣ ପାର୍ସଲ ଭିତରୁ ବାହାରିଛି ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ଏଥିସହ ମୃତଦେହ ପାଖରେ ରହିଛି ଗୋଟିଏ ଧମକପୂର୍ଣ୍ଣ ଚିଠି। ଏଥିରେ ୧.୩ କୋଟି ଟଙ୍କା ତୁରନ୍ତ ଦେବାକୁ ଧମକ ଦିଆଯାଇଛି। ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଉଣ୍ଡି ମଣ୍ଡଳରେ ଥିବା ୟେନଡାଗଣ୍ଡି ଗାଁରେ ଏପରି ଘଟଣା ଘଟିଛି। ପାର୍ସଲ ଖୋଲି ମୃତଦେହ ପାଇଥିବା ମହିଳା ଜଣଙ୍କ ହେଲେ ନାଗା ତୁଳସୀ। ସେ ଜଣେ ଗରିବ ଶ୍ରେଣୀର ମହିଳା। ତେବେ ସେ ନିଜର ଘର ନିର୍ମାଣ ପାଇଁ କ୍ଷେତ୍ରୀୟ ସେବା ସମିତିକୁ ଆର୍ଥିକ ସହାୟତା ମାଗିଥିଲେ। ସମିତି ମଧ୍ୟ ମହିଳାଙ୍କ ପାଖକୁ ପୂର୍ବରୁ ଟାଇଲ୍ସ ପଠାଇଥିଲା।ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ଏସ୍‌ପି ଆନନ୍ଦ ନୟୀମ ଅସିମ ନିଜେ ଗାଁରେ ପହଞ୍ଚି ତଦନ୍ତ ଆରାମ୍ଭ କରିଛନ୍ତି। ପାର୍ସଲ ଭିତରୁ ଗୋଟିଏ ଚିଠି ମଧ୍ୟ ମିଳିଛି। ଚିଠିରେ ପରିବାର ବର୍ଗଙ୍କୁ ୧.୩୦ କୋଟି ଟଙ୍କା ଦେବାକୁ କୁହାଯାଇଛି। ଯଦି ସେମାନେ ଟଙ୍କା ନ ଦେବେ, ତା’ହେଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking