ଜଗତସିଂହପୁର: ବନ୍ଦର ଭିତରେ ୱାଗନ ସାଇଟରେ କାର୍ଯ୍ୟ କରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଗତକାଲି ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା । ସମ୍ପର୍କୀୟ, ପରିବାର ଲୋକ କ୍ଷତିପୂରଣ ଦାବିରେ ବନ୍ଦର ୩ ନମ୍ବର ଫାଟକ ଆଗରେ ଧାରଣାରେ ବସିଥିଲେ। ଆଜି ଧାରଣା ଜାରି ରହିଛି । ମୃତ ଶ୍ରମିକଙ୍କର ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ପରିବାରର ଜଣଙ୍କୁ ନିଯୁକ୍ତି ଦାବିକରି ସାଥୀ ଶ୍ରମିକ ଓ ମୃତ ଶ୍ରମିକର ପରିବାର ପାରାଦୀପ ବନ୍ଦର ତିନି ନମ୍ବର ଫାଟକ ସମ୍ମୁଖରେ ଶବ ରଖି ଧାରଣାରେ ବସି ରହିଛନ୍ତି l ଯେଉଁ ପର୍ଯ୍ୟନ୍ତ କମ୍ପାନି ତରଫରୁ ଦାବି ପୂରଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛନ୍ତି l ଯାହାକୁ ନେଇ ତିନି ନମ୍ବର ଗେଟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।