24.1 C
Bhubaneswar
Tuesday, February 24, 2026
Homeଅପରାଧବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା

ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା

ଅହମ୍ମଦାବାଦ: ଗୁଜରାଟର ଗାନ୍ଧୀନଗର ସହରରେ ଜଣେ ନବ ବିବାହିତା ବିବାହର ମାତ୍ର ଚାରଦିନ ମଧ୍ୟରେ ସ୍ବାମୀଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ହତ୍ୟାକାରୀ ପତ୍ନୀ ଓ ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଅହମ୍ମଦାବାଦ ନିବାସୀ ଭାବିକ୍‌ ନାମକ ଏହି ବ୍ୟକ୍ତି ପାୟଲ ନାମ୍ନୀ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ବିବାହ ପୂର୍ବରୁ ସମ୍ପର୍କୀୟ ଭାଇଙ୍କ ସହ ପାୟଲଙ୍କ ପ୍ରେମ ସମ୍ପର୍କ ରହିଥିଲା। ଘର ଲୋକଙ୍କ ପ୍ରରୋଚନା​ରେ ବିବାହ କରିଥିଲେ ସୁଦ୍ଧା ପାୟଲ ଏଥିରେ ସନ୍ତୁଷ୍ଟ ନଥିଲେ। ତେଣୁ ଭାବିକ୍‌ଙ୍କୁ ରାସ୍ତାରୁ ହଟାଇବାକୁ ସେ ଯୋଜନା ପ୍ରସ୍ତୁତ କରିଥିଲେ।

ପାୟଲଙ୍କୁ ବାପଘରୁ ଆଣିବାକୁ ଭାବିକ୍‌ ଶନିବାର ଶ୍ବଶୁର ଘରକୁ ଯାଇଥିଲେ। ତେବେ ଭାବିକ୍‌ ନ ପହଞ୍ଚିବାରୁ ଶ୍ବଶୁର ଚିନ୍ତାଗ୍ରସ୍ତ ହୋଇ ସମୁଦିଙ୍କୁ ଫୋନ କରିଥିଲେ। ଭାବିକ୍‌ ବହୁ ପୂର୍ବରୁ ଶ୍ବଶୁର ଘରକୁ ଯାଇଥିବା ଜଣାପଡିବା ପରେ ପାୟଲଙ୍କ ବାପା ତାଙ୍କୁ ଖୋଜିଥିଲେ। ନିର୍ଦିଷ୍ଟ ଏକ ସ୍ଥାନରେ ଭାବିକ୍‌ଙ୍କ ବାଇକ୍‌ ପଡିଥିବାବେଳେ ତାଙ୍କର ସନ୍ଧାନ ମିଳିନଥିଲା। ସୂଚନା ପାଇବା ପରେ ପୁଲିସ ପାୟଲଙ୍କୁ ଜେରା କରିଥିଲା। ଜେରା ସମୟରେ ପାୟଲ ସ୍ବୀକାର କରିଛନ୍ତି ଯେ କଳ୍ପେଶ ନାମକ ସମ୍ପର୍କୀୟଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଥିଲା। ତେବେ ପରିବାର ଏହାକୁ ଅସ୍ବୀକାର କରି ଅନ୍ୟତ୍ର ବିବାହ ସ୍ଥିର କରିବା ପରେ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଅନ୍ୟ ଦୁଇ ସୁପାରି କିଲରଙ୍କ ସହାୟତାରେ ସେମାନେ ଭାବିକ୍‌ଙ୍କୁ ପ୍ରଥମେ ଅପହରଣ କରି ଗୋଟିଏ ଏସୟୁଭି ମଧ୍ୟରେ ତଣ୍ଟି ଚିପି ହତ୍ୟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking