24.1 C
Bhubaneswar
Monday, February 23, 2026
Homeଦେଶ ବିଦେଶପୁଣି ଲ୍ୟାବ୍‌ରୁ ଲିକ୍ ହେଲା ମାରାତ୍ମକ ଭାଇରସ୍‌

ପୁଣି ଲ୍ୟାବ୍‌ରୁ ଲିକ୍ ହେଲା ମାରାତ୍ମକ ଭାଇରସ୍‌

କ୍ୱିନସଲ୍ୟାଣ୍ଡ : ପୁଣି ଲ୍ୟାବ୍‌ରୁ ଲିକ୍ ହୋଇଛି ମାରାତ୍ମକ ଭାଇରସ୍‌। ଅଷ୍ଟ୍ରେଲିଆର ଏକ ଲାବରୋଟରୀରୁ ଶତାଧିକ ଘାତକ ଭାଇରସ ନମୁନା ନିଖୋଜ ହୋଇଯାଇଛି। କ୍ୱିନସଲ୍ୟାଣ୍ଡ ସରକାର ଏହି ଦାବି କରିଛନ୍ତି। ଏହା ଏକ ଗୁରୁତର ଘଟଣା ବୋଲି ସରକାର କହିଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କ୍ୱିନସଲ୍ୟାଣ୍ଡ ସ୍ୱାସ୍ଥ୍ୟ ବିଭାଗ ଅଷ୍ଟ୍ରେଲିଆ ସାର୍ବଜନିକ ସ୍ୱାସ୍ଥ୍ୟ ବିଭାଗକୁ ଏହି ମାମଲାର ତଦନ୍ତ ଆରମ୍ଭ କରିବାକୁ କହିଛି। କୁହାଯାଇଛି କ୍ୱିନସଲ୍ୟାଣ୍ଡର ସାର୍ବଜନିକ ସ୍ୱାସ୍ଥ୍ୟ ଭାଇରୋଲଜି ଲ୍ୟାବ୍‌ରୁ ଏହି ନମୁନା ଗାୟବ ହୋଇଛି। ଏଥିରେ ଅନେକ ସଂକ୍ରାମକ ଭାଇରସ ଯେପରିକି ହେଣ୍ଡ୍ରା ଭାଇରସ, ଲିସା ଭାଇରସ ଓ ହଣ୍ଟାଭାଇରସ ନମୁନା ମଧ୍ୟ ସାମିଲ ଅଛି। ଏଥିରୁ ୨୩୨ଟି ଶିଶି ହଜି ଯାଇଛି। ହେଣ୍ଡ୍ରା ପଶୁଙ୍କଠୁ ମନୁଷ୍ୟକୁ ବ୍ୟାପୁଥିବା ଭୂତାଣୁ, ଯାହା କେବଳ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ। ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଅନୁସାରେ ହଣ୍ଟା ଭାଇରସ ଏକ ଏପରି ଭୂତାଣୁ ପରିବାର ଯାହା ଗୁରୁତର ରୋଗ ଓ ମୃତ୍ୟୁର କାରଣ ହୋଇପାରେ। ସେହିପରି ଲିସା ଭାଇରସ ରେବିଜର କାରଣ ହୋଇପାରେ। ବୟାନରେ କୁହାଯାଇଛି ଯେ ସଂକ୍ରାମକ ନୁମନାଗୁଡିକ ଚୋରି ହୋଇଯାଇଛି ନା ନଷ୍ଟ ହୋଇଯାଇଛି ତାହା ଜଣା ନାହିଁ। ତେବେ ସରକାର ମାମଲାରେ ତାଙ୍କ ଆଡୁ ତଦନ୍ତ ଆରମ୍ଭ କରିଦେଇଛନ୍ତି। ମନ୍ତ୍ରୀ ଟିମୋଥି ନିକୋଲସ ବିଜ୍ଞପ୍ତିରେ କହିଛନ୍ତି ଯେ ଜୈବ ସୁରକ୍ଷା ପ୍ରୋଟକଲର ଏହା ଗୁରୁତର ଉଲ୍ଲଂଘନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking