15.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶଅକସ୍ମାତ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଅକସ୍ମାତ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପରେ ଦିନକୁ ଦିନ ହଠାତ୍ ମୃତ୍ୟୁ ହେବା ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଯୁବପିଢ଼ିମାନେ ଏହାର ଅଧିକ ଶିକାର ହେଉଛନ୍ତି । ତେବେ ଆକସ୍ମାତ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ । ଏହାପଛରେ କରୋନା ଟିକାର କୌଣସି ଭୂମିକା ନାହିଁ । କରୋନା ଟିକାକୁ ନେଇ ଏଭଳି କିଛି ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନର ରିପୋର୍ଟକୁ ସରକାର ସଂସଦ ଏବଂ କୋର୍ଟରେ ଉପସ୍ଥାପନ କରିଛନ୍ତି । ଦେଶରେ କରୋନା ମହାମାରୀ ଆସିବା ପରେ ଏଥରୁ ବର୍ତ୍ତିବା ପାଇଁ ଲୋକେ ଟିକା ନେଇଥିଲେ । ଏହାପରେ ଦେଶରେ ଆକସ୍ମିକ ମୃତ୍ୟୁ ହାର ବୃଦ୍ଧି ପାଇଥିଲା ।

କୋଭିଡ ଟିକା ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ହେବାର ଆଶଙ୍କା ବଢିନି ବରଂ ଏହି ବିପଦ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମଙ୍ଗଳବାର ରାଜ୍ୟସଭାରେ ସ୍ପଷ୍ଟିକରଣ ରଖିଛନ୍ତି । ପୂର୍ବରୂ କୋଭିଡ ଟିକା ପାଇଁ ଯୁବପିଢିଙ୍କ ହଠାତ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଥିଲା । କିନ୍ତୁ ଆଇସିଏମଆର ଷ୍ଟଡି ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୮ରୁ ୪୫ ବର୍ଷିୟ ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହୋଇଥିଲା । ଏଭଳି ୭୨୯ ଲୋକଙ୍କ ହଠାତ୍ ମୃତ୍ୟୁ ପରେ କୋଭିଡ ଟିକା ଉପରେ ପ୍ରଶ୍ନ ଉଠିଥିଲା । ଏହାପରେ ଆଇସିଏମ୍‌ଆର୍ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ହସ୍ପିଟାଲକୁ ନେଇ ରିସର୍ଚ୍ଚ କରାଯାଇଥିଲା ।

ଏଥିରୁ ଜଣାପଡିଥିଲା ଯେ, କୋଭିଡ -୧୯ ଟିକାର ଅତି କମରେ ଗୋଟିଏ ଡୋଜ କିମ୍ବା ଦୁଇଟି ଡୋଜ ନେବା ବିନା କାରଣରେ ଆକସ୍ମିକ ମୃତ୍ୟୁ ହେବାର ସମ୍ଭାବନାକୁ ହ୍ରାସ କରିଥାଏ । ଜେପି ନଡ୍ଡା କହିଛନ୍ତି, କରୋନା ମହାମାରୀ କାରଣରୁ ହସପିଟାଲରେ ଭର୍ତ୍ତି ହେବା, ଅକସ୍ମାତ ମୃତ୍ୟୁ ଫ୍ୟାମିଲିର ଇତିହାସ, କିଛି ଲାଇଫଷ୍ଟାଇଲ ଯୋଗୁଁ ହଠାତ୍ ମୃତ୍ୟୁ ଆଶଙ୍କା ବଢିଯାଏ । ଆକସ୍ମାତ ମୃତ୍ୟୁରେ କରୋନା ଟିକାର କୌଣସି ଭୂମିକା ନାହିଁ । ଭାରତରେ ଦିଆଯାଇଥିବା କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ ଭି ଟିକା ଦିଆଯାଇଥିଲା।

ସୂଚନାଯୋଗ୍ୟ, କୋଭିଡ୍‌-୧୯ ସୃଷ୍ଟି କରୁଥିବା ଭାଇରସ୍ ବର୍ତ୍ତମାନ ମାନବ ଜଗତ ପରେ ଜଙ୍ଗଲ ମୁହାଁ ହୋଇଛି । ଭର୍ଜିନିଆ ଟେକ୍‌ର ସଂରକ୍ଷଣ ଜୀବବିଜ୍ଞାନୀ ଅମାଣ୍ଡା ଗୋଲ୍ଡବର୍ଗ କହିଛନ୍ତି, ଆମେ ଅନେକ ଜଙ୍ଗଲି ପ୍ରାଣୀଙ୍କଠାରେ ଏହି ଜୀବାଣୁ ପାଇଛୁ । କିଛି ପ୍ରଜାତିରେ ଏହାର ସଂକ୍ରମଣ ୬୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ଜଙ୍ଗଲରୁ ଅଣାଯାଇଥିବା ପ୍ରାଣୀମାନଙ୍କଠାରୁ ୮୦୦ରୁ ଅଧିକ ସ୍ୱାବ ନମୁନା ନିଆଯାଇଥିଲା । ସେଠାରେ ୬ଟି ଭିନ୍ନ ଭିନ୍ନ ପ୍ରଜାତିର ପ୍ରାଣୀ ମିଳିଥିଲେ । ଅଧିକାଂଶ ସଂକ୍ରମିତ ପ୍ରଜାତି ଉତ୍ତର ଆମେରିକାରୁ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking