ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ମେଡିକାଲ କଲେଜଗୁଡିକରେ ୮୬ଟି ପ୍ରଫେସର ପଦବୀ ଖାଲି ପଡିଛିା ଏଥି ମଧ୍ୟରେ ଭିମସାରରେ ୧୩ଟି ପ୍ରଫେସର ପଦବୀ ଖାଲିଥିବାବେଳେ କଟକ ଏସ୍ସିବରେ ୧୧ଟି ପ୍ରଫେସର ପଦବୀ ଖାଲି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସରକାରୀ ମେଡିକାଲ କଲେଜଗୁଡିକରେ ୮୬ଟି ପ୍ରଫେସର ପଦବୀ ସହିତ ୧୬୩ ଆସୋସିଏଟ ପ୍ରଫେସର, ୮୩ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୪୨ଜଣ ଟ୍ୟୁଟର, ୩୪୩ ଜଣ ସିନିୟର ରେସିଡେଣ୍ଟ ଓ ୪୬ଜଣ ଜୁନିୟର ରେସିଣ୍ଟେ ପଦବୀ ଖାଲି ପଡିଛି । ସେହିଭଳି ରାଜ୍ୟରେ ଥିବା ୬୯୦ଟି ଆର୍ୟୁବେଦିକ ମେଡିକାଲ ଅଫିସର ପଦବୀ ମଧ୍ୟରୁ ୧୭୧ଟି ଖାଲି ପଡିଛି । ମୟୁରଭଞ୍ଜରେ ସର୍ବାଧିକ ୧୫ଟି ଆର୍ୟୁବେଦିକ ମେଡିକାଲ ଅଫିସର ପଦବୀ ଖାଲି ପଡିଥିବାବେଳେ ଗଞ୍ଜାମରେ ୧୨, କେନ୍ଧୁଝରରେ ୧୧ ଓ ସୁନ୍ଦରଗଡରେ ଏହି ସଂଖ୍ୟା ୧୦ରହିଛି ।









