29.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଶମ୍ବୁ ବର୍ଡର ଖୋଲିବା ପାଇଁ ଆବେଦନ: ଖାରଜ କଲେ ସୁପ୍ରିମକୋର୍ଟ

ଶମ୍ବୁ ବର୍ଡର ଖୋଲିବା ପାଇଁ ଆବେଦନ: ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଚଲୋ ଆନ୍ଦୋଳନ ଜିଦରେ ଅଡି ରହିଥିବା ଚାଷୀଙ୍କ ଯୋଗୁ ବନ୍ଦ ପଡିଥିବା ଶମ୍ଭୁ ବର୍ଡର ଏବେ ଖୋଲିବ ନାହିଁ। ୯ ଡିସେମ୍ବର ସୋମବାର ସୁପ୍ରିମକୋର୍ଟ ଶମ୍ଭୁ ବର୍ଡର ଖୋଲିବା ପାଇଁ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି ଆବେଦନରେ ପଞ୍ଜାବର ସବୁ ହାଇୱେ ଖୋଲିବା ପାଇଁ ଦାବି କରାଯାଇଥିଲା। ଶୁଣାଣିରେ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ପୂର୍ବରୁ ଏକ ଆବେଦନ ବିଚାର ନିମନ୍ତେ ଲମ୍ବିତ ରହିଛି। ଏଣୁ ନୂଆ ଆବେଦନ ଉପରେ ଚର୍ଚ୍ଚା ହୋଇ ପାରିବନି। ପଞ୍ଜାବର ଗୌରବ ଲୁଥରା ଏହି ଆବେଦନ ଦାଖଲ କରିଥିଲେ। ଏଥିରେ ସେ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର, ପଞ୍ଜାବ ସରକାର ଓ ହରିୟାଣା ସରକାରଙ୍କୁ ସବୁ ରାଜ୍ୟର ସୀମା ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ। ଏହି ଆବେଦନରେ ସେ ତର୍କ ଦେଇଥିଲେ ଯେ ରାଜ୍ୟ ସୀମା ବନ୍ଦ ରହିବା ମୌଳିକ ଅଧିକାରର ଉଲ୍ଲଂଘନ, ତେବେ କୋର୍ଟ ପୂର୍ବରୁ ଏହିପରି ଏକ ଆବେଦନ ବିଚାରାଧୀନ ଥିବାର କହି ଏହାର ଶୁଣାଣିକୁ ଅଗ୍ରାହ୍ୟ କରିଦେଇଛନ୍ତି। ସୂଚନା ମୁତାବକ , ୧୦୧ ଚାଷୀଙ୍କ ଏକ ସମୂହ ୮ ଡିସେମ୍ବର ରବିବାର ପୁଣି ଥରେ ଦିଲ୍ଲୀ ଅଭିଯାନ ଲାଗି ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଛି। ପଞ୍ଜାବ ସୀମାରେ ହରିୟାଣା ଫୋର୍ସ ଚାଷୀଙ୍କୁ ଘଉଡାଇବା ପାଇଁ ଲୁହବୁହା ବାସ୍ପ ପ୍ରୟୋଗ କରିବା ସହ ପାଣି ମାଡ଼କରିବାରୁ ଚାଷୀ ଅଟକି ଯାଇଛନ୍ତି। କୃଷକ ନେତାମାନେ ପୋଲିସର ଏପରି ବଳ ପ୍ରୟୋଗ ଯୋଗୁ ୯ ଜଣ ଚାଷୀ ଆହତ ହୋଇଥିବା ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking