25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶସିରିଆ ପରିସ୍ଥିତିକୁ ନେଇ ଜରୁରୀକାଳୀନ ବୈଠକ

ସିରିଆ ପରିସ୍ଥିତିକୁ ନେଇ ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି। ସେପଟେ ସିରିଆରେ ସାମ୍ପ୍ରତିକ ବିକାଶକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆଜି ଡାକିଛି ଜରୁରୀକାଳୀନ ବୈଠକ । ଏହି ବୈଠକ ଆଜି କିଛି ସମୟ ପରେ ଆରମ୍ଭ ହେବ । ବିଦ୍ରୋହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଆଫଗାନିସ୍ତାନ, ବାଙ୍ଗଲାଦେଶ ପରେ ସିରିଆରେ ଶାସକଙ୍କ ଗାଦିଚ୍ୟୁତ ହୋଇଛି। ଘଟଣା ଉପରେ ସାରା ବିଶ୍ବର ନଜର ରହିଥିଲା ବେଳେ ବ୍ରିଟେନ, ଫ୍ରାନ୍ସ, ୟୁକ୍ରେନ, ଇସ୍ରାଏଲ ସ୍ବାଗତ ଜଣାଇଛନ୍ତି। ବିଦ୍ରୋହୀମାନେ ରାଜଧାନୀ ଡାମସକସ୍ କବଜା କରିଥିବା ବେଳେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶଛାଡ଼ି ପଳାଇଯାଇଛନ୍ତି। ହୟାତ ତହରିର ଅଲ ଶାମ ବିଦ୍ରୋହୀମାନେ ଗୋଟିଏ ପରେ ଗୋଟିଏ ସହର କବଜା କରିଚାଲିଥିବା ବେଳେ ଏବେ ସେମାନେ ରାଜଧାନୀ ଡାମସକସରେ ପଶିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking