31.1 C
Bhubaneswar
Tuesday, February 24, 2026
Homeଓଡିଶାଜାନୁଆରୀ ୩୧ରୁ ରତ୍ନ ଅଳଙ୍କାର ଗଣତି ହେବ: ମନ୍ତ୍ରୀ

ଜାନୁଆରୀ ୩୧ରୁ ରତ୍ନ ଅଳଙ୍କାର ଗଣତି ହେବ: ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ତାରିଖରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି ହେବ । ଖୋର୍ଦ୍ଧାରେ ଏଭଳି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ମରାମତି କାମ ସାରିବା ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଇଛି । ପରେ ସ୍ଥାନାନ୍ତରିତ ରତ୍ନ ଅଳଙ୍କାର ଭଣ୍ଡାରକୁ ଅଣାଯାଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ । ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ସଫା ହୋଇଛି। ମରାମତି ସରିଲେ ଅଳଙ୍କାର ଗଣତିମଣତି ବି ହେବ। ପୂର୍ବରୁ ମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ- ରତ୍ନଭଣ୍ଡାର ଭିତରେ ଧାତବ ଦ୍ରବ୍ୟ ଥିବାର ଯେଉଁ ପରିକଳ୍ପନା ଥିଲା, ସେମିତି କିଛି ବି ନାହିଁ। ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି ସହ ଗଣତି ମଣତି କାମ ସାରିବାକୁ ବି ଲକ୍ଷ୍ୟ ରଖାଯାଇଛି। ଆଗେ ଭଣ୍ଡାର ଗୃହ ମରାମତି କାମ ସରିଲେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ତା ଭିତରକୁ ଯିବ। ତାପରେ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking