20.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶୟୁନାଇଟେଡ୍ ହେଲ୍‌ଥ କେୟାର୍‌ର ସିଇଓଙ୍କୁ ହତ୍ୟା

ୟୁନାଇଟେଡ୍ ହେଲ୍‌ଥ କେୟାର୍‌ର ସିଇଓଙ୍କୁ ହତ୍ୟା

ନୂଆଦିଲ୍ଲୀ : ୟୁନାଇଟେଡ୍ ହେଲ୍‌ଥ କେୟାର୍‌ର ସିଇଓ ବ୍ରାୟନ୍ ଥମସନ୍‌ଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ମ୍ୟାନ୍‌ହଟ୍ଟନର ଏକ ହୋଟେଲ ବାହାରେ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଆତଙ୍କ ଖେଳି ଯାଇଛି। ପୁଲିସ ଏହାକୁ ଟାର୍ଗେଟ୍ କିଲିଂ ବୋଲି କହିଛି। ସୂଚନା ମୁତାବକ, ବୁଧବାର ସକାଳ ୬ଟା ୪୫ରେ ୟୁନାଇଟେଡ୍ ହେଲ୍‌ଥ କେୟାର୍‌ର ସିଇଓ ବ୍ରାୟନ୍ ଥମସନ୍‌ଙ୍କ ଉପରକୁ ମ୍ୟାନହଟ୍ଟନର ଏକ ହୋଟେଲ ବାହାରେ ଗୁଳିମାଡ଼ ହୋଇଛି। କମ୍ପାନୀର ବାର୍ଷିକ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଏହି ହୋଟେଲକୁ ଆସିଥିଲେ। ତେବେ ଏତିକି ବେଳେ ଜଣେ ସନ୍ଦିଗ୍ଧ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା।ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି। ସିସିଟିଭି ଫୁଟେଜ ଆଧାରେ ପୁଲିସ ତାକୁ ଧରିବାକୁ ଚେଷ୍ଟା ଜାରି ରଖିଛ। ପୁଲିସ ଏହାକୁ ଟାର୍ଗେଟ୍ କିଲିଂ କରୁଥିବା ବେଳେ କେଉଁ କାରଣ ଯୋଗୁ ଏହି ଆକ୍ରମଣ ହୋଇଛି ସେ ନେଇ ତଦନ୍ତ ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking