ଭୁବନେଶ୍ୱର : ରାଜ୍ୟର ଦଇ ମହାନଗର ନିଗମ ସମ୍ବଲପୁର ଓ ରାଉରକେଲା ଗଠନ ପରଠାର ଏଠାରେ ମେୟର ଓ କର୍ପୋରେଟର ନିିର୍ବାଚନ ହୋଇନାହିଁ । ପ୍ରଶାସକ ନିଯୁକ୍ତି ଜରିଆରେ ଏଠାରେ କାର୍ଯ୍ୟ ଚାଲିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ସରକାରୀ ବିଜ୍ଞପ୍ତି ଅନୁଯାୟୀ ୨୦୧୪ ନଭେମ୍ବର ମାସରେ ରାଉରକେଲା ଓ ସମ୍ବଲପର ଠାରେ ମହାନଗର ନିଗମ ଗଠନ ହୋଇଥିଲା । ମହାନଗର ନିଗମ ଗଠନ ପରେ ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ସମୟରେ ଓଡିଶା ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ଅନୁଯାୟୀ ଏହି ଦୁଇ ମହାନଗର ନିଗମରେ ମେୟର ଓ କର୍ପୋରେଟର ନିର୍ବାଚନ ଅନୁଷ୍ଠିତ ହୋଇନାହିଁ । ଅଦାଲତଙ୍କ ରହିତାଦେଶ ଉଠିବାପରେ ସେଠାରେ ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।