25.1 C
Bhubaneswar
Sunday, December 21, 2025
Homeଅପରାଧ୫ ମାସରେ ରାଜ୍ୟରେ ୫୦୯ ଦୁଷ୍କର୍ମ ମାମଲା: ମୁଖ୍ୟମନ୍ତ୍ରୀ

୫ ମାସରେ ରାଜ୍ୟରେ ୫୦୯ ଦୁଷ୍କର୍ମ ମାମଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ମହିଳା ବିରୋଧୀ ସମୁଦାୟ ୯୨୪୮ଟି ମାମଲା ରୁଜୁ ହୋଇଛି। ରାଜ୍ୟରେ ମହିଳାଙ୍କ ବିରୋଧୀ ହିଂସା ସଂପର୍କରେ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତବର୍ଷ ଜୁନ୍ ୧୦ ତାରିଖରୁ ନଭେମ୍ବର ୨୨ତାରିଖ ଭିତରେ ମହିଳା ବିରୋଧୀ ହିଂସାର ଏସବୁ ମାମଲା ରୁଜୁ ହୋଇଛି। ଗଞ୍ଜାମରେ ସର୍ବାଧିକ ୭୫୩, ଭୁବନେଶ୍ବରରେ ୬୩୮, କଟକ ଅର୍ବାନ ଓ ଗ୍ରାମାଞ୍ଚଳରେ ୬୯୧ଟି ମାମଲା ରୁଜୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪ଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ଭଦ୍ରକ-କେନ୍ଦୁଝରରେ ୧୧ଜଣ ଲେଖାଏ, ଗଞ୍ଜାମରେ ୧୦ଜଣ ଓ ନୟାଗଡ଼ରେ ମହିଳାଙ୍କୁ ହତ୍ୟା ଜନିତ କୌଣସି ମାମଲା ରୁଜୁ ହୋଇନାହିଁ। ସେହିପରି ଯୌତୁକ ଜନିତ ମୃତ୍ୟୁ ମାମଲାରେ ବାଲେଶ୍ବରରେ ସର୍ବାଧିକ ୫ଜଣ ମହିଳା ପ୍ରାଣ ହରାଇଛନ୍ତି। ଭଦ୍ରକ ୪ ଓ କଟକ ଗ୍ରାମାଞ୍ଚଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରଶ୍ନ କରିଥିବା ବେଳେ , ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking