ଭୁବନେଶ୍ୱର: ବିଧାନସଭା ଶୂନ୍ୟ କାଳରେ ଉଠିଲା ଆଳୁ ପ୍ରସଙ୍ଗ। ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ । ସରକାରଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଟାର୍ଗେଟ । ସରକାର ଆଳୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ମନ୍ତ୍ରୀ କାଲି କହିଲେ ମୁଁ ୩୦ ଟଙ୍କାରେ ଆଳୁ କିଣିଛି । ସେ କେଉଁ ଦୋକାନ ରୁ କିଣିଛନ୍ତି ? ଆଜି ଆଳୁ ୬୦ ଟଙ୍କା କିଲୋ ହୋଇଗଲା । ସରକାର କେବଳ ନାନାବାୟା କଥା କହୁଛନ୍ତି । ସରକାର କଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ । କେତେବେଳେ କହୁଛନ୍ତି ଆଳୁ ଟ୍ରେନରେ ଆସୁଛି। କଣ ଡବଲ ଇଞ୍ଜିନ ସରକାର ଟାଣି ପାରୁନାହିଁ। କାହାକୁ ଚିଠି ଲେଖିଛନ୍ତି ସ୍ପଷ୍ଟୀକରଣ ଦିଅନ୍ତୁ। ୟୁପି ଆଳୁରେ ୫୦ କେଜିରେ ୧୦ କେଜି ପଚା ବାହାରୁଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଟାର୍ଗେଟ ।