30.1 C
Bhubaneswar
Tuesday, February 3, 2026
Homeଓଡିଶାଭିଟାମାଟି ହରାଇଥିବା ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭିଟାମାଟି ହରାଇଥିବା ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ରାଉଲକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ବେଳେ ଭିଟାମାଟି ହରାଇଥିବା ପାରିବାର ଲୋକଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆଣ୍ଡ ମାର୍ଶାଲିଂ ୟାର୍ଡ ବିସ୍ଥାପିତ କମିଟି ଲଚ୍ଛୁ ଓରାମ, ମାଙ୍ଗରା ଓରାମ, ଗୋବିନ୍ଦ ତନ୍ତୀ, ହରି ପଶାୟତ, ଫ୍ରାନ୍ସସିସ୍‌ ବାରୁଆ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କୁ ଭେଟି ସେମାନଙ୍କ ସଂଘର୍ଷ କାହାଣୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ତାଲିକାରେ ଅଟକିଥିବା ୧୬୩ ବିସ୍ଥାପିତ ପରିବାରଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ଅନୁରୋଧ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ୧୦୯୮ ବିସ୍ଥାପିତ ପରିବାରଙ୍କ ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିସ୍ଥାପିତ ପରିବାରକୁ କହିଛନ୍ତି। ବିସ୍ଥାପିତ ସଂଘର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସକରାତ୍ମକ ରହିଥିବାରୁ ବର୍ଷ ବର୍ଷ ଧରି ଅଟକିଥିବା ନିଯୁକ୍ତିର ବାଟ ଫିଟିବ ବୋଲି ଆଶା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ପ୍ରାୟ ୮୦୦୦ ପରିବାର ଆବେଦନ କରିଥିଲେ। ଜିଲ୍ଲା ପ୍ରଶାସନ ଏମାନଙ୍କ ମଧ୍ୟରୁ ୧୬୩ ଜଣଙ୍କୁ ଚିହ୍ନଟ କରି ଆର୍‌ଏସ୍‌ପିରେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking