21.1 C
Bhubaneswar
Friday, December 27, 2024
Homeଦେଶ ବିଦେଶଟେମ୍ପୋ - କାର୍ ମୁହାଁମୁହିଁ, ୫ ମୃତ

ଟେମ୍ପୋ – କାର୍ ମୁହାଁମୁହିଁ, ୫ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ନୌର ଶ୍ରୀବସ୍ତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜାତୀୟ ରାଜପଥରେ ଟେମ୍ପୋ ଏବଂ କାର ଧକ୍କା ହେବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ କେତେଜଣ ଗୁରୁତର ହୋଇଛନ୍ତି । ଘଟଣା ବିଷୟରେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶନିବାର ଦିନ ଦୁର୍ଘଟଣା ଜାତୀୟ ରାଜପଥ ୧୩୦ ନିକଟରେ ହୋଇଛି । କାର୍ ଏବଂ ଟେମ୍ପୋ ମଧ୍ୟରେ ଜୋରଦାର ଧକ୍କା ଯୋଗୁଁ ଘଟଣା ସ୍ଥଳରେ ୩ ଜଣଙ୍କ ପ୍ରାଣ ଚାଲିଯାଇଥିଲା । ଅନ୍ୟ ୨ ଜଣଙ୍କ ପ୍ରାଣ ହସପିଟାଲରେ ଚାଲିଯାଇଥିଲା । ଦୁର୍ଘଟଣା ହେବା ପରେ ଦୁଇଟି ଯାକ ଗାଡି ରାସ୍ତା କଡ ଖାଲକୁ ଖସିପଡିଥିଲା । ତେବେ ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ଦୁର୍ଘଟଣାରେ ଟେମ୍ପୋ ସଂପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଦୁର୍ଘଟଣା ଘଟାଇଥିବା ଦୁଇଟି ଯାକ ଗାଡିର ଗତି ବହୁତ ସ୍ପିଡ ଥିଲା । କିନ୍ତୁ ଗାଡିର ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥାଇପାରେ ବୋଲି ପୋଲିସ ସୂଚନା ଦେଇଛି । ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ଶୁକ୍ରବାର ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ଘଟିଥିଲା । ଯାତ୍ରୀମାନଙ୍କୁ ଧରି ଏହି ବସ୍ ନାଗପୁରରୁ ଗୋନ୍ଦିଆ ଯାଉଥିଲା । ଫଳରେ ୯ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସମୟରେ ବସରେ ୩୫ରୁ ଅଧିକ ଯାତ୍ରୀ ଥିଲେ । ତେବେ ଦୁର୍ଘଟଣା ପରେ ବସ୍ ଚାଳକ ଫେରାର୍ ହୋଇ ଯାଇଥିଲା । ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ତତ୍କାଳ ସହାୟତା ପ୍ରଦାନ କରିବାକୁ ପରିବହନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking