19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଟ୍ରମ୍ପଙ୍କ ଟିମ ସଦସ୍ୟଙ୍କୁ ହତ୍ୟା ଧମକ

ଟ୍ରମ୍ପଙ୍କ ଟିମ ସଦସ୍ୟଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନବଗଠିତ କ୍ୟାବିନେଟ ସଦସ୍ୟଙ୍କୁ ମିଳୁଛି ହତ୍ୟା ଧମକ । କେତେବେଳେ ଗୁଳି କରି ତ କେତେବେଳେ ବୋମା ପକାଇ ଉଡ଼ାଇଦେବାକୁ ମିଳୁଛି ଧମକ।ଏହି ଘଟଣାକୁ ନେଇ ଆମେରିକାରେ ଚାଞ୍ଚଲ୍ୟ ଖେଳି ଯାଇଛି। ମାମଲାକୁ ଗୁରୁତର ସହ ନେଇ ଆମେରିକାର ଯାଞ୍ଚ ଏଜେନ୍ସି   ଏହାର ତଦନ୍ତ ଆରମ୍ଭ କରିଛି।ଆମେରିକାର ନବ ନିର୍ବାଚିତ ଟ୍ରମ୍ପଙ୍କ ପ୍ରବକ୍ତା କ୍ୟାରୋଲିନ ଲେଭିଟ ବୁଧବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତ ୨ ଦିନ ହେବ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ତଥା ନିଯୁକ୍ତ ସଦସ୍ୟଙ୍କୁ ଧମକ ମିଳୁଛି। ନିଜକୁ ତଥା଼ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ମିଳିବାରୁ ସେମାନେ ଭୟଭୀତ ହୋଇ ପଡ଼ିଛନ୍ତି। ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏପରି ଧମକ ଦେବା ପଛରେ କିଏ ଅଛି ଓ ତାଙ୍କର ଉଦ୍ଦେଶ୍ୟ କ’ଣ ତାହାର ତଦନ୍ତ କରାଯାଉଥିବା ସେ କହିଛନ୍ତି।ଟ୍ରମ୍ପଙ୍କ ଟିମ୍‌ର ବହୁ ସଦସ୍ୟଙ୍କ ନିକଟରୁ ଏପରି ଅଭିଯୋଗ ପାଇବା ପରେ ୠଈଓ ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଥିବା କୁହାଯାଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏଜେନ୍ସିର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking