27.1 C
Bhubaneswar
Thursday, February 12, 2026
Homeଓଡିଶାପାଞ୍ଚ ବର୍ଷର ରେକର୍ଡ଼; ବିଦେଶକୁ ରପ୍ତାନୀ ହୋଇଛି ୧୨.୬୫ କୋଟି ଟଙ୍କାର ହସ୍ତତନ୍ତ ସାମଗ୍ରୀ

ପାଞ୍ଚ ବର୍ଷର ରେକର୍ଡ଼; ବିଦେଶକୁ ରପ୍ତାନୀ ହୋଇଛି ୧୨.୬୫ କୋଟି ଟଙ୍କାର ହସ୍ତତନ୍ତ ସାମଗ୍ରୀ

ଭୁବନେଶ୍ୱର: ବିଦେଶକୁ ରପ୍ତାନୀ ହୋଇଛି ୧୨.୬୫ କୋଟି ଟଙ୍କାର ହସ୍ତତନ୍ତ ସାମଗ୍ରୀ। ସେଇ ଦେଶଗୁଡ଼ିକ ହେଉଛି ଆମେରିକା, ଜାପାନ, ଅଷ୍ଟ୍ରେଲିଆ,ଫ୍ରାନ୍ସ, ଇଂଲଣ୍ଡ, ଭିଏତନାମ, ସ୍ପେନ, ପୋଲାଣ୍ଡ, କାନାଡା, ନ୍ୟୁଜିଲାଣ୍ଡ ଓ ଇଟାଲୀ। ବୁଧବାର ବିଧାସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ସେ କହିଛନ୍ତି ଯେ, ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରୁ ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀ ଭାରତ ବାହାରେ ଯତା ଏହିସବ୍ ସାମଗ୍ରୀର ପରିମାଣ ୧୨ କୋଟି ୬୫ହଜାର ଟଙ୍କା। ଓଡ଼ିଶାରୁ ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀ ବିକ୍ରି ପାଇଁ ୨୦୦୦ରେ ସରକାରୀ ସ୍ତରରେ ରାଜ୍ୟ ଭିତରେ ୧୩୫ଟି ଓ ରାଜ୍ୟ ବାହାରେ ୨୨ଟି ବିକ୍ରୟ କେନ୍ଦ୍ର ଥିଲା। ସେଗୁଡ଼ିକରେ ବାର୍ଷିକ ପାଖପାଖି ୩୦ କୋଟି ଟଙ୍କାର କାରବାର ହେଉଥିଲା। ବର୍ତ୍ତମାନ ସରକାରୀ ସ୍ତରରେ ରାଜ୍ୟ ଭିତରେ ଥିବା ୧୦୫ଟି ଓ ରାଜ୍ୟ ବାହାର ୧୨ଟି ବିକ୍ରୟ କେନ୍ଦ୍ରରୁ ବାର୍ଷିକ ୨୭୨ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking