27.1 C
Bhubaneswar
Monday, June 22, 2026
Homeଓଡିଶାରାଜ୍ୟରେ ୧.୭୭ ଲକ୍ଷ ଭୂତ ହିତାଧିକାରୀ ଖାଉଛନ୍ତି ରାସନ

ରାଜ୍ୟରେ ୧.୭୭ ଲକ୍ଷ ଭୂତ ହିତାଧିକାରୀ ଖାଉଛନ୍ତି ରାସନ

ଭୁବନେଶ୍ୱର: ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଭୂତ ହିତାଧିକାରୀ ରାସନ ଖାଉଛନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି ହେଲେ ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହା ସ୍ପଷ୍ଟ କରିଛନ୍ତି । ବୁଧବାର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ରାସନ ହିତାଧିକାରୀ ରହିଛନ୍ତି। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି । ସେହିପରି ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରିଛନ୍ତି। ହେଲେ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଠାବ ହୋଇଛନ୍ତି ଓ ସେମାନଙ୍କୁ ହଟାଇ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଭୂତ ହିତାଧିକାରୀଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବା ଉପରେ ଫୋକସ ଦିଆଯାଇଛି। ଏହାପରେ ପୁରା ତାଲିକାରେ ସଂଶୋଧନ କରାଯିବ। ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯିବ। ଆଉ ଖାଲି ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ। ମନ୍ତ୍ରୀ ଶ୍ରୀ ପାତ୍ର ପୁଣି ପୂର୍ବ ସରକାରଙ୍କୁ ଦାୟୀ କରି କହିଛନ୍ତି ଯେ, ବିଜେଡି ସରକାର ବେଳେ ସବୁ କେଳେଙ୍କାରୀ ହୋଇଛି। ସେତେବେଳେ ଠାରୁ ଭୂତ ନେଉଛନ୍ତି ରାସନ। ମୃତ୍ୟୁ ପରେ ବି ହିତାଧିକାରୀଙ୍କ ନାଁରେ ଦିଆହୋଇଆସୁଛି ରାସନ। ଜଣେ କି ଦୁଇ ଜଣ ନୁହେଁ, ମୃତ ହିତାଧିକାରୀ ସଂଖ୍ୟା ୧ ଲକ୍ଷ ୭୭ ହଜାର ୬୮। ଇ-କେୱାଇସି ଦ୍ୱାରା ଧରାପଡ଼ିଛି। ଏହି ପ୍ରକ୍ରିୟାରୁ ମୃତ ହିତାଧିକାରୀଙ୍କ ବାବଦରେ ଜଣାପଡ଼ିବା ପରେ ସବୁ ଗୁମର ପଦାରେ ପଡ଼ିଛି ବୋଲି ଗୃହରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking