27.1 C
Bhubaneswar
Wednesday, November 27, 2024
Homeଓଡିଶାବିଧାୟକଙ୍କୁ ଆକ୍ରମଣ : ଜାମିନ ଶୁଣାଣି ସ୍ଥଗିତ

ବିଧାୟକଙ୍କୁ ଆକ୍ରମଣ : ଜାମିନ ଶୁଣାଣି ସ୍ଥଗିତ

ଯାଜପୁର :  ଧର୍ମଶାଳା ବିଧାୟକ  ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ୧୦  ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ  ରଖିଲେ  ଜିଲ୍ଲା ଦୌରାଜଜ୍ । ଇନଜୁରୀ , ସିଡି ରିପୋର୍ଟ ଦାଖଲ କରିବାକୁ କ୍ରାଇମ ବ୍ରାଞ୍ଚର ନିର୍ଦ୍ଦେଶ ରହିଛି । ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି ପୋଲିସ ।  ହାଟ ବିବାଦକୁ ନେଇ   କ୍ରାଇମବ୍ରାଞ୍ଚ ପକ୍ଷରୁ  ୩ଟି ମାମଲା ରୁଜୁ କରାଯାଇଛି । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି  । ଘଟଣାରେ ପୂରା ଛାନଭିନ ପାଇଁ କ୍ରାଇବ୍ରାଞ୍ଚରେ ତଦନ୍ତ ଭାର ଦିଆଯାଉଛି । ଏଡିଜି,ଡିଏସପିଙ୍କ ନେତୃତ୍ୱରେ ୩ଟି ଟିମ ଘଟଣାରେ ତଦନ୍ତ ଆରମ୍ଭ କରୁଛି । ଖୁବଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ପୋଲିସ ଡିଜି କହିଛନ୍ତି । ଯାଜପୁର ଅନ୍ତର୍ଗତ  ବୁଢାବିଶ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲା । ବିରଜା ହାଟରେ ବିବାଦ ମାମଲାରେ ପୋଲିସ ଏବେ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରିଛି । ଶତାଧିକ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ  ୪ଟି ସ୍ପେଶାଲ ଟିମ ଗଠନ କରି ବିଭିନ୍ନା ସ୍ଥାନରେ ଚଢାଉ କରିଛି । ଏଭଳି  ସମୟରେ ରାଜ୍ୟ ସରକାର ବିଧାୟକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ କୁ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking