କଟକ: ମାନସିକ ବିକାରଗସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏମିତି ଲଜ୍ୟାନୀୟ ଘଟଣା ଅଭିଯୋଗ ଆସିଛି ଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରୁ। ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ପୀଡ଼ିତା ଜଣଙ୍କ ଛତିଶଗଡ଼ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ରାତିରେ ମହିଳା ଜଣଙ୍କ ଏକ ଦୋକାନ ଘର ସାମ୍ନାରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଆସି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୋଲିସ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ପୀଡ଼ିତାଙ୍କୁ ପୋଲିସ ଡାକ୍ତରୀ ମଇନା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।