24.1 C
Bhubaneswar
Saturday, March 28, 2026
Homeଓଡିଶାଯାଜପୁରରେ କ୍ରାଇମବ୍ରାଞ୍ଚର ତନାଘନା

ଯାଜପୁରରେ କ୍ରାଇମବ୍ରାଞ୍ଚର ତନାଘନା

ଯାଜପୁର : ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି। ଧର୍ମଶାଳା ବିଧାୟକଙ୍କୁ କାହିଁକି ଆକ୍ରମଣ କରାଗଲା, କେଉଁ ପରିସ୍ଥିତିରେ ରାସ୍ତାରୋକ ସହ ଟାଉନ ଥାନା ଘେରାଉ କରାଯାଇଥିଲା, ଆଜି ଯାଜପୁରରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି। ରବିବାର ରାତିରୁ ୬ ଜଣିଆ ଟିମ୍ ଗ୍ରାଉଣ୍ଡକୁ ଓହ୍ଲାଇଛି।

ତଦନ୍ତକାରୀ ଟିମ୍ ଯାଜପୁର ଟାଉନ୍ ଥାନା ଆଇଆଇସି ଙ୍କୁ ଭେଟିଥିଲେ। ଏବଂ ମାମଲା ନେଇ ଆଲୋଚନା ମଧ୍ୟ କରିଛନ୍ତି । ଆଜି ଏହି ଟିମ୍ ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ସହ ରାସ୍ତାରୋକ ଏବଂ ଟାଉନ୍ ଥାନା ଘେରାଉ ସ୍ଥାନକୁ ଯାଇ ସରଜମିନ୍ ତଦନ୍ତ କରିବ। ତେବେ ତଦନ୍ତକାରୀ ଟିମ୍ ରେ କ୍ରାଇମବ୍ରାଞ୍ଚର ଦୁଇ ଜଣ ଡିଏସପି, ଜଣେ ଇନ୍ସପେକ୍ଟର ସାମିଲ ରହିଛନ୍ତି। ଏହି ଟିମ ବିଶେଷ କରି ୩ଟି ଏତଲା ଉପରେ ତଦନ୍ତ କରିବ। ଏହି ମାମଲାରେ ୧୬ଟି ମାମଲା ରୁଜ୍ଜୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking