ଭୁବନେଶ୍ୱର: ଅଭିନେତା ମନୋଜ ମିଶ୍ର ବବି ଇସଲାମ ହାତାହାତି ହୋଇଛନ୍ତି । ଉଭୟ ଡିସିପି ଅଫିସ ସାମ୍ନାରେ ହାତାହାତି ହୋଇଛନ୍ତି । ଡିସିପି ଅଫିସ ସାମ୍ନାରେ ପରିସ୍ଥିତି ଅଣାୟତ୍ତ ଦେଖାଦେଇଛି । ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯେତେବେଳେ ଏକ ସିନେମାର ଟାଇଟେଲକୁ ନେଇ ବିବାଦ ହୋଇଥିଲା , ତାପରେ ଉଭୟଙ୍କୁ ଆପୋଷ ବୁଝାମଣା ପାଇଁ ପୋଲିସ ଡାକିଥିଲେ । ମନୋଜ ମିଶ୍ର ପହଞ୍ଚିନଥିଲେ । ସେପଟେ ବବି ଇସଲାମ ପହଞ୍ଚିଥିଲେ । ରାଣ୍ଡୀ ପୁଅ ଅନନ୍ତା ଫିଲ୍ମର ନାଁ କାହିଁକି ରଖାଗଲା ଏନେଇ ଫିିଲ୍ମ ନିର୍ଦ୍ଦେଶକଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ମନୋଜ । ଏହାରି ପରେ ବିବାଦ ଆଗକୁ ବଢିଥିଲା । ସମାଧାନ ପାଇଁ ପ୍ରୟାସ ଚାଲିଛି । ଡିସିପି ଓ ସିପିଙ୍କ ଉପସ୍ଥିତିରେ ଆଲୋଚନା ଚାଲିଛି ।