34.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଆମେରିକା କୋର୍ଟଙ୍କ ଅଭିଯୋଗକୁ ଆଦାନୀ ଗ୍ରୁପର ଖଣ୍ଡନ

ଆମେରିକା କୋର୍ଟଙ୍କ ଅଭିଯୋଗକୁ ଆଦାନୀ ଗ୍ରୁପର ଖଣ୍ଡନ

ଆମେରିକା କୋର୍ଟଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ଗ୍ରୁପ୍। ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବୋର୍ଡ ସଦସ୍ୟଙ୍କ ବିରୁଦ୍ଧରେ ଆମେରିକାର ଓକିଲମାନେ ଆଣିଥିବା ଲାଞ୍ଚ ଏବଂ ସୁରକ୍ଷା ଜାଲିଆତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଆଦାନୀ ଗ୍ରୁପ୍। ଆଦାନୀ ଗ୍ରୁପ୍ ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଏହାର ସମାଧାନ ପାଇଁ ସମସ୍ତ ସମ୍ଭାବ୍ୟ ଆଇନଗତ ପନ୍ଥା ଆପଣାଯବି ବୋଲି ଆଦାନୀ ଗ୍ରୁପ୍ କହିଛି। ଗ୍ରୁପ୍ କହିଛି ଯେ, ଆମେରିକାର ନ୍ୟାୟ ବିଭାଗ (ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍) ନିଜେ କହିଛି ଯେ, ଏହି ଅଭିଯୋଗରେ ଅଭିଯୁକ୍ତମାନେ ଦୋଷୀ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ନିର୍ଦ୍ଦୋଷ ରୂପେ ବିବେଚନା କରାଯାଏ। ଆଦାନୀ ଗ୍ରୁପ୍ ସର୍ବଦା ଏହାର କାର୍ଯ୍ୟର ସମସ୍ତ ପ୍ରାଧିକରଣ ମଧ୍ୟରେ ସର୍ବୋଚ୍ଚ ଶାସନ, ସ୍ୱଚ୍ଛତା ଏବଂ ନିୟାମକ ମାନ୍ୟତା ବଜାୟ ରଖିବା ପାଇଁ ଦୃଢ ଭାବରେ ପ୍ରତିବଦ୍ଧ। ଆମେ ଆମର ଷ୍ଟକହୋଲ୍ଡର୍, ପାର୍ଟନର୍ ଏବଂ କର୍ମଚାରୀମାନଙ୍କୁ ନିଶ୍ଚିତ କରୁଛୁ ଯେ ଆମ ସଂସ୍ଥା ଆଇନର ଅନୁପାଳ କରେ ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରୁଛୁ। ତେଣୁ ଏସବୁ ଅଭିଯୋଗ ଭିତ୍ତିହୀନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking