27.1 C
Bhubaneswar
Saturday, November 23, 2024
Homeଓଡିଶାଯାଜପୁରଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ 

ଯାଜପୁରଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ 

ଯାଜପୁର: ଯାଜପୁର ଜିଲ୍ଲା ସ୍ଥିତ କୁସୁମା ପଡ଼ିଆରେ ଯାଜପୁର ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଆଜି ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳା କୁ ଉଦଘାଟନ କରିଥିଲେ। ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ବହୁ ପ୍ରକାର ଯୋଜନା କରୁଛନ୍ତି। ଏହା ଦ୍ବାରା ଲୋକମାନଙ୍କର ଆୟ ଦ୍ଵିଗୁଣିତ ହେବା ସଙ୍ଗେ ସଙ୍ଗେ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ମୁଖ୍ୟ ଅତିଥି ମତ ରଖିଥିଲେ। ଗୋପାଳନ, ଛେଳି ପାଳନ ଏବଂ କୁକୁଡ଼ା ପାଳନ କ୍ଷେତ୍ରରେ ଚାଷୀମାନେ କିପରି ନିଜକୁ ନିୟୋଜିତ କରି ଆର୍ଥିକ ସ୍ଥିତି ସୁଧାରି ପାରିବେ ସେ ବାବଦରେ ମତ ରଖିଥିଲେ। ଏହି ସଭାରେ ଡାକ୍ତର ଗଙ୍ଗାଧର ଲେଙ୍କା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଗଗନ ଚରଣ ନାୟକ, ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବାବଦରେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଲିଙ୍ଗ ନିରୁପିତ ଶୁକ୍ରାଣୁ ଦ୍ଵାରା କୃତ୍ରିମ ପ୍ରଜନନ ଏବଂ ମାଇ ବାଛୁରୀର ଜନ୍ମ, ଛେଳି ମାନଙ୍କର କୃତ୍ରିମ ପ୍ରଜନନ, ମଇଁଷି ପାଳନ, ଗୋପାଳନ ଏବଂ ବାଛୁରୀ ପାଳନ ଇତ୍ୟାଦି ଯୋଜନା ଗୁଡ଼ିକୁ ଅବଗତ କରାଇଥିଲେ। ଘୁଷୁରୀ ପାଳନ, ଅଣ୍ଡା ଦିଆ କୁକୁଡ଼ା ପାଳନ ଏବଂ ମାଂସାଳ କୁକୁଡ଼ା ପାଳନ ଏବଂ ଚିଆଁ ଉତ୍ପାଦନ ଯୋଜନା ଗୁଡ଼ିକ ଦ୍ଵାରା ଲୋକମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ।ସେ ବାବଦରେ ଚାଷୀମାନଙ୍କୁ ଅବଗତ କରାଇଥିଲେ। ଶ୍ରୀଯୁକ୍ତ ଲକ୍ଷ୍ମୀଧର ପତି ମାନ୍ୟବର ସାଂସଦ ଯାଜପୁର ଙ୍କର ପ୍ରତିନିଧି ଭାବେ ଯୋଗଦେଇ ଗୋପାଳକ, ମତ୍ସ୍ୟ ଚାଷୀମାନଙ୍କୁ ଉଦବୋଧନ ଦେଇ ଚାଷୀଙ୍କର ମାର୍ଗ ଦର୍ଶନ କରିଥିଲେ। ଚାଷୀମାନେ କିପରି ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଆପଣେଇ ଆତ୍ମ ନିର୍ଭରଶୀଳ ହୋଇପାରିବେ, ଅଧିକ ଆର୍ଥିକ ଉପାର୍ଜନ କରିବାରେ ସକ୍ଷମ ହୋଇପାରିବ ସେ ବାବଦରେ ଅବଗତ କରାଇଥିଲେ। ମେଳାର ବିଶେଷ ଆକର୍ଷଣ ସ୍ୱରୂପ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରାଣୀମାନେ ଯେପରି, ଶଙ୍କର ଜାତୀୟ ଜର୍ସି, ଗିର, ବିଂଝାରପୁରୀ ଓ ଶଙ୍କର ଜାତୀୟ ହୋଲଷ୍ଟିନ୍ ଗାଈ ଓ ବ୍ଲାକ ବେଙ୍ଗଲ ଛେଳି, କଡକ ନାଥ ଓ ବନରାଜ କୁକୁଡ଼ା ଓ ବତକ ଇତ୍ୟାଦି ଙ୍କ ପ୍ରଦର୍ଶନୀ କରାଯାଇଥିଲା। ମେଳାର ସଫଳ ରୂପାୟନ ପାଇଁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ପ୍ରଚେଷ୍ଟାକୁ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପତି ପ୍ରଶଂସା କରିଥିଲେ। ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ୩୨ ଟି ଷ୍ଟଲ୍ ର ପ୍ରଦର୍ଶନୀ ହୋଇଥିଲା। ଏହା ସହିତ ଗୋପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସଫଳ ପ୍ରାଣୀ ପାଳକ ଚାଷୀ ହିସାବରେ ରାଜେଶ ଅଖତର, ବରୀ ବ୍ଲକ, ସଫଳ କୁକୁଡ଼ା ପାଳନ ହିସାବରେ ରସୁଲପୁରର ସୁରେନ୍ଦ୍ର ରାଉତ୍ ଏବଂ ସଫଳ କୁକୁଡ଼ା ମତ୍ସ୍ୟ ଚାଷୀ ଭାବେ ଧର୍ମଶାଳାର ତାରା ପ୍ରସାଦ ରାୟ ଏବଂ ବଡ଼ଚଣାର କିଶୋର ରାଉତ୍ ଙ୍କୁ ସମ୍ମାନିତ କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର ପାର୍ଥ ସାରଥୀ ସ୍ବାଇଁ, ପ୍ରାଣୀ ବିଜ୍ଞାନୀ, ଓ.ୟୁ.ଏ.ଟି, ଭୁବନେଶ୍ୱର ଏବଂ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଘଡ଼ାଇ ଅବସରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ମତ୍ସ୍ୟ ବିଜ୍ଞାନୀ ଭାବରେ ଯୋଗଦାନ କରିଥିଲେ। ଗୋପାଳନରେ ପ୍ରାଣୀ ପୋଷଣ ପାଇଁ ବିଭିନ୍ନ ଖାଦ୍ୟ ଓ ତାର ଅନୁପାତ ଭାବରେ ଚାଷୀଙ୍କୁ ଅବଗତ କରାଇଥିଲେ। ଚାଷୀମାନଙ୍କର ବିଭିନ୍ନ ସନ୍ଦେହକୁ ଦୂରୀକରଣ କରିଥିଲେ ସଭାରେ ଯୋଗଦେଇଥିବା ପ୍ରାଣୀ ସଂପଦ ବିଜ୍ଞାନୀମାନେ। ମତ୍ସ୍ୟ ଚାଷୀ ମାନେ କିପରି ସରକାରଙ୍କର ଯୋଜନା କୁ ଆପଣେଇ ନୂତନ ଜ୍ଞାନକୌଶଳକୁ ଅନୁସରଣ କରି ଅଧିକ ଆର୍ଥିକ ଉପାର୍ଜନ କ୍ଷମ ହୋଇପାରିବେ ସେ ବିଷୟରେ ସବିଶେଷ ଜ୍ଞାନ ପ୍ରଦାନ କରିଥିଲେ ମତ୍ସ୍ୟ ବିଜ୍ଞାନୀ। ଶେଷରେ ସରକାରଙ୍କର ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ସର୍ବଶେଷରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉତ୍, ଜିଲ୍ଲା ମତ୍ସ୍ୟ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking