ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତୃତୀୟ ପର୍ଯ୍ୟାୟ ରେ ସାମିଲ ହେବେ ସମସ୍ତ ଅଙ୍ଗନବାଡ଼ି କର୍ମୀ । ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ୨୪ ତାରିଖ ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୮୦ ଲକ୍ଷ ଟପିବ । ବାଦ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନର ଆଜି ସମୀକ୍ଷା ହେବ । ୫ ଲକ୍ଷ ଆବେଦନକାରୀଙ୍କୁ ସିଂଗଲେ ଏକାଉଣ୍ଟ ଦେବାକୁ ଅପିଲ କରୁଛି । ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ଥିବାରୁ ଟିକେ ସମସ୍ୟା ହେଉଛି । ଆଉ ଯେଉଁମାନେ ରହିଯିବେ, ଜାନୁଆରୀ , ଫେବୃଆରୀ ରେ ପାଇବେ । ଜାନୁଆରୀ , ଫେବୃଆରୀର ଆବେଦନକାରି ଏକା ଥରକେ ୨ ଟି କିସ୍ତି ପାଇବେ ।