ରାଇକିଆ : ୧୦ ହଜାର ଟଙ୍କା ପାଇଁ ପ୍ରେମିକାକୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଗୁମାଗଡ ଗାଁର ଜଣେ ମହିଳାଙ୍କ ହତ୍ୟା ଘଟଣାର ହୋଇଛି ପର୍ଦ୍ଦାଫାସ । ଅକ୍ଟୋବର ୩୧ ତାରିଖରେ ବଡ଼ିମୁଣ୍ଡା ଜଙ୍ଗଲରୁ ରକ୍ତଜୁଡୁ ଅବସ୍ଥାରେ ଗୁମାଗଡ଼ ଗାଁର ନିଶିକାନ୍ତ ପ୍ରଧାନଙ୍କ ସ୍ତ୍ରୀ ନିରୁପମା ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଟିକାବାଲି ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଥିଲା । ତଦନ୍ତ ପରେ ନିଶିକାନ୍ତଙ୍କ ପଡ଼ୋଶୀ ପ୍ରମୋଦ ରାଉତ ହତ୍ୟା କରିଥିବା ଜଣାପଡ଼ିଛି । ସିକ୍ରିଡ଼ା ଗାଁରୁ ପ୍ରମୋଦ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ୨୦ ବର୍ଷ ଧରି ନିରୁପମା ଏବଂ ପ୍ରମୋଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ।
ନିରୁପମା ପୂର୍ବରୁ ନିଶିକାନ୍ତଙ୍କୁ ବିବାହ କରିଥିଲେ ମଧ୍ୟ ଉଭୟ ଅଲଗା ହୋଇଥିଲେ। ଗତ ମାସ ୩୧ ତାରିଖ ଦିନ ନିରୁପମା ୧୦ ହଜାର ଟଙ୍କା ପୁଅକୁ ଦେବା ପାଇଁ ପ୍ରମୋଦକୁ ମାଗିଥିଲେ । କିନ୍ତୁ ଟଙ୍କା ଦେବାକୁ ପ୍ରମୋଦ ମନା କରିଦେଇଥିଲେ । ଏହାକୁ ନେଇ ୨ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଝିଅକୁ ଦେଖାକରି ନିରୁପମା ଫେରିବା ବେଳେ ପ୍ରମୋଦ ତାଙ୍କୁ ଜଙ୍ଗଲକୁ ନେଇଯାଇଥିଲା । ସେଠାରେ ପ୍ରମୋଦ ତଣ୍ଟିଚିପି ନିରୁପମାର ହତ୍ୟା କରିଥିଲା । ଏହାର ଡେମୋ ଦେଖାଇଛି ଅଭିଯୁକ୍ତ ପ୍ରମୋଦ । ଏନଇେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜି ଉଦୟଗିରି ଏସଡିପିଓ ବିଜୟ କୁମାର ବିସି ।