17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଗର୍ଭବତୀଙ୍କୁ  ହତ୍ୟା ପରେ ଖଣ୍ଡ ଖଣ୍ଡ କରି ନାଳରେ  ଫିଙ୍ଗିଲା ଦୁର୍ବୃତ୍ତ

ଗର୍ଭବତୀଙ୍କୁ  ହତ୍ୟା ପରେ ଖଣ୍ଡ ଖଣ୍ଡ କରି ନାଳରେ  ଫିଙ୍ଗିଲା ଦୁର୍ବୃତ୍ତ

ଚଣ୍ଡୀଗଡ : ଭୁଲିଗଲା ମଣିଷ ମାନବିକତା । ଗର୍ଭବତୀ ମହିଳାଙ୍କୁ ବି ଛାଡିଲାନି  । ତାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲେ  ନାଳରେ ଫିଙ୍ଗିଦେଲେ ।  ପାକିସ୍ତାନର ପଞ୍ଜାବ ସ୍ତାନରେ ଏଭଳି କିଛି ଜଘନ୍ୟ କାଣ୍ଡ ଘଟିଛି । ପାକିସ୍ତାନ ପଞ୍ଜାବ ପ୍ରାନ୍ତର ସିଆଲକୋଟ ଜିଲ୍ଲାର ଦାସକା ଅଞ୍ଚଳ। ଏଠାରେ ଜଣେ ଗର୍ଭବତୀଙ୍କୁ ତାଙ୍କର ହିଁ ପରିବାର ଲୋକେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। କୁହାଯାଉଛି ଯେ ତାଙ୍କୁ ତାଙ୍କ ଶାଶୁ ହିଁ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ଅପରାଧ ଲୁଚାଇବା ପାଇଁ ହତ୍ୟା ପରେ ନିଜର କିଛି ସାଥୀଙ୍କ ସହ ମିଶି ଗର୍ଭବତୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ତିନୋଟି ବସ୍ତାରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଛନ୍ତି। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।  ମୃତ ମହିଳା ଜଣକ ହେଲେ ଜାରା କାଦିର। ତାଙ୍କ ବୟସ ୨୦ ବର୍ଷ। ସେ ପାଞ୍ଚ ମାସର ଗର୍ଭବତୀ ଥିଲେ। ପୁଲିସ କହିବା ମୁତାବକ, ଶାଶୁ-ବୋହୂ ମଧ୍ୟରେ କୌଣସି କଥାକୁ ନେଇ କିଛି ଦିନ ହେବ ଝଗଡା ଲାଗି ରହିଥିଲା। ତେବେ ଏହି ଝଗଡ଼ା ପରେ ଉଗ୍ରରୂପ ନେଇଥିଲା। ରାଗି ଯାଇ ଶାଶୁ ବୋହୂକୁ ହତ୍ୟା କରିଥିବା କୁହାଯାଉଛି। ଗତ ସପ୍ତାହରେ ଏହି ଘଟଣା ଘଟିଛି। ଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ହାଜତକୁ ପଠାଇଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking