23.1 C
Bhubaneswar
Monday, February 2, 2026
Homeଅପରାଧବାଘ ଛାଲ ଜବତ: ୩ ଗିରଫ

ବାଘ ଛାଲ ଜବତ: ୩ ଗିରଫ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ବାଲିଖଣି ଗ୍ରାମ ନିକଟରୁ କଲରାପତରିଆ ବାଘ ଛାଲ ଜବତ। ଜବତ କରିଛି ବନବିଭାଗ। ଦୁଇ ବାଇକ୍ ରେ ୪ ବ୍ୟବସାୟୀ ଜଙ୍ଗଲରୁ ବ୍ୟବସାୟ ନିମନ୍ତେ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା ବନ ବିଭାଗ। ୩ ଜଣଙ୍କୁ ଗିରଫ କରି ବାଙ୍ଗିରିପୋଷି ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଞ୍ଜ ଧୋବଣୀ ଷୋଳ ଅଧୀନ ବାଲିଖଣି ନିକଟରୁ ଏକ କଲରା ପତରିଆ ବାଘ ଛାଲକୁ ଜବତ କରିଛି ବନ ବିଭାଗ । ଆଜି ସକାଳ ୮ ଘଟିକା ସମୟରେ   ସମ୍ରାଟ ଗୌଡାଙ୍କ ନେତୃତ୍ୱ ରେ ଏକ ଟିମ୍  ବାଲିଖଣି ଅଞ୍ଚଳରେ ଚଢାଉ କରି ଏକ କଲରାପତିଆ ବାଘ ଛାଲକୁ ଜବତ କରିଛି  ବନ ବିଭାଗ। ବନବିଭାଗ ନିଜେ ସାଜିଥିଲା ଗରାଖ। ଡିଲ ଚାଲିଥିବା ବେଳ ମାଡିବସିଲା ବନବିଭାଗ। ଏହି ମାମଲା ରେ ତିନି ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଜଣେ ଫେରାର ହେଇ ଥିବାର ସୂଚନା ମିଳିଛି। ବନବିଭାଗ ରେଞ୍ଜର ମହେଶ୍ୱର ସିଂ କହିଛନ୍ତି, ଦୁଇ ମାସ ପୂର୍ବରୁ ବାଘଟିକୁ ମରାଯାଇଥିବା ଅନୁମାନ କରାଯାଉଛି। କିଛି ଦିନ ପୂର୍ବରୁ ଏକ ଅଣ୍ଡିରା ହାତୀକୁ ବିଦ୍ୟୁତ୍ ଚାର୍ଜ କରି ମାରିଥିଲେ ଶିକାରୀ। ଜଣେ ଗିରଫ ମଧ୍ୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking