24.1 C
Bhubaneswar
Monday, February 23, 2026
Homeଓଡିଶାଯୋଗ ଓ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

ଯୋଗ ଓ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

ଭୁବନେଶ୍ୱର: କେବଳ ବୟସ ବଢ଼ିବା ନୁହେଁ, ଆଜିକାଲି ଅନେକ ଯୁବପିଢ଼ି ଆଣ୍ଠୁଗଣ୍ଠି ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ଉପଶମ ପାଇବାର ଏକ ସରଳ ଉପାୟ ରହିଛି। ବାସ୍‌, ଏଥିପାଇଁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ। କେବଳ ନିଜର ଦୈନନ୍ଦିନ ଜୀବନ ତାଲିକାରେ ଯୋଗକୁ ସାମିଲ କରିଦିଅନ୍ତୁ ନା! ଏହାଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ କେତେକାଂଶରେ ଲାଘବ ମିଳିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି। ‘ଯୋଗ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହ ଜଡ଼ିତ କିଛି ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇ ସେମାନଙ୍କୁ ନିୟମିତ କିଛି ସମୟ ଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଏହାଦ୍ୱାରା କେତେକ ବ୍ୟକ୍ତି ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ କେତେକାଂଶରେ ଉପଶମ ଲାଭ କରୁଥିବାର ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ଜାଣିପାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking