27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶମହମ୍ମଦ ଶମୀଙ୍କ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ

ମହମ୍ମଦ ଶମୀଙ୍କ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ

ଇନ୍ଦୋର: ଫାଷ୍ଟ୍ ବୋଲର୍ ମହମ୍ମଦ ଶମୀ ପ୍ରାୟ ଏକବର୍ଷ ପରେ କ୍ରିକେଟ୍ ପଡ଼ିଆରେ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇନ୍ଦୋର ହୋଲ୍‌କର ଷ୍ଟାଡିୟମ୍‌ରେ ଖେଳାଯାଉଥିବା ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ଭାଗ ନେଇଛନ୍ତି। ବେଙ୍ଗଲ ପକ୍ଷରୁ ଶମୀ ଗୁରୁବାର ପ୍ରଥମ ଇନିଂସ୍‌ରେ ୫୪ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଶମୀଙ୍କ ଶାଣିତ ବୋଲିଂରେ ମଧ୍ୟପ୍ରଦେଶ ଟିମ୍‌ର ପ୍ରଥମ ଇନିଂସ୍ ୧୬୭ ରନ୍‌ରେ ସୀମିତ ହୋଇଯାଇଛି। ପ୍ରଥମ ଦିନ ବେଙ୍ଗଲ ପ୍ରଥମ ଇନିଂସ୍‌ରେ ୨୨୮ ରନ୍ କରିଥିଲା। ଅର୍ଥାତ୍ ଟିମ୍‌କୁ ପ୍ରଥମ ଇନିଂସ୍ ଆଧାରରେ ୬୧ ରନ୍‌ର ଅଗ୍ରଣୀ ମିଳିଛି। ଶମୀଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍‌ରେ ସାମିଲ କରାଯାଇ ନଥିଲା। ମାତ୍ର ଏବେ ସେ ନିଜ ଫିଟ୍‌ନେସ୍ ପ୍ରମାଣିତ କରିଛନ୍ତି। ଏବେ ବିସିସିଆଇ ଚାହିଁଲେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଟିମ୍‌ରେ ସାମିଲ କରିପାରେ।
ମହମ୍ମଦ ଶମୀ ଦିନିକିଆ ବିଶ୍ୱକପ୍ ୨୦୨୩ ପରଠାରୁ ଟିମ୍ ଇଣ୍ଡିଆ ବାହାରେ ରହିଛନ୍ତି। ବିଶ୍ୱକପ୍ ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ମ୍ୟାଚ୍ ଥିଲା। ବିଶ୍ୱକପ୍ ଶେଷ ହେବାପରେ ଶମୀ ତାଙ୍କ ଡାହାଣ ଗୋଇଠିର ସର୍ଜରୀ କରାଇଥିଲେ। ଏହା ପରଠାରୁ ସେ କ୍ରିକେଟ୍‌ଠାରୁ ଦୂରେଇ ରହିଥିଲେ। ୩୪ ବର୍ଷୀୟ ଶମୀ ଗତ ଦିନିକିଆ ବିଶ୍ୱକପ୍‌ର ୭ ମ୍ୟାଚ୍‌ରେ ୨୪ ୱିକେଟ୍ ହାସଲ କରିଥିଲେ। ଯନ୍ତ୍ରଣା ସତ୍ତ୍ୱେ ସେ ଟୁର୍ଣ୍ଣାମେଣ୍ଟ୍ ସେ ଖେଳିଥିଲେ। ଏକ ଦଶକରୁ ଅଧିକ ସମୟ କ୍ୟାରିୟର୍‌ରେ ଶମୀ ୨୨୯ ଟେଷ୍ଟ, ୧୯୫ ଦିନିକିଆ ଏବଂ ୨୪ ଟି-୨୦ ଅନ୍ତର୍ଜାତୀୟ ୱିକେଟ୍ ଅକ୍ତିଆର କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking