27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶଜୋଶୁଆ ବର୍ଟ ଏଚ୍‌ଆଇଏଲ୍ ଟେକ୍ନିକାଲ୍ ଡେଲିଗେଟ୍‌

ଜୋଶୁଆ ବର୍ଟ ଏଚ୍‌ଆଇଏଲ୍ ଟେକ୍ନିକାଲ୍ ଡେଲିଗେଟ୍‌

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍ (ଏସ୍‌ଆଇଏଲ୍‌) ୨୦୨୪-୨୫ ସଂସ୍କରଣ ପାଇଁ ଅଷ୍ଟ୍ରେଲିଆର ଜୋଶୁଆ ବର୍ଟଙ୍କୁ ଟେକ୍ନିକାଲ୍ ଡେଲିଗେଟ୍ ଏବଂ ନ୍ୟୁଜିଲାଣ୍ଡର କଲିନ୍ ଫେଞ୍ଚ୍‌ଙ୍କୁ ଅମ୍ପାୟାର୍ ମ୍ୟାନେଜର ନିଯୁକ୍ତ କରିଛି। ବର୍ଟ ୨୦୧୧ରୁ ଅନ୍ତର୍ଜାତୀୟ ମ୍ୟାଚ୍ ପରିଚାଳନା କରିଆସୁଛନ୍ତି। ଏହା ମଧ୍ୟରେ ବିଭିନ୍ନ ମେଜର ଇଭେଣ୍ଟ୍ ୨୦୧୩ ପୁରୁଷ ଜୁନିୟର୍ ବିଶ୍ୱକପ୍‌, ୨୦୧୪ ୟୁଥ୍ ଅଲିମ୍ପିକ୍ କ୍ରୀଡ଼ା, ୨୦୧୫ ଏବଂ ୨୦୧୭ ହକି ୱାଲ୍ଡ ଲିଗ୍ ସେମିଫାଇନାଲ୍ସ, ୨୦୧୨ ଓ ୨୦୧୮ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ଅଲିମ୍ପିକ୍ ସାମିଲ। ପ୍ୟାରିସ୍ ଅଲିମ୍ପିକ୍‌ରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷ କ୍ୱାର୍ଟର୍ ଫାଇନାଲ୍‌ରେ ଭାରତୀୟ ଷ୍ଟ୍ରାଇକର୍ ଅମିତ୍ ରୋହିଦାସଙ୍କୁ ରେଡ୍ କାର୍ଡ ଦେଖାଇ ବର୍ଟ ବେଶ୍ ଚର୍ଚ୍ଚିତ ହୋଇଥିଲେ। ଅମିତ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ ହୋଇଥିଲେ। ଅନ୍ୟପକ୍ଷରେ ୨୦୧୩ ଓସେନିଆ କପ୍‌ରୁ ଅନ୍ତର୍ଜାତୀୟ କ୍ୟାରିୟର୍ ଆରମ୍ଭ କରିଥିବା ଫ୍ରେଞ୍ଚ୍ ବର୍ତ୍ତମାନ ସୁଦ୍ଧା ଟ୍ରାନ୍ସ-ଟାସ୍‌ମାନିଆ ଟ୍ରଫି, ୟୁଥ୍ ଅଲିମ୍ପିକ୍ ଗେମ୍ସ, ପ୍ରୋ ଲିଗ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ବିଶ୍ୱକପ୍‌ରେ ଅମ୍ପାୟାରି କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking