21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଭୟଙ୍କର ସଡ଼କ ଦୁର୍ଘଟଣା : ୩୫ ମୃତ, ୪୩ ଆହତ

ଭୟଙ୍କର ସଡ଼କ ଦୁର୍ଘଟଣା : ୩୫ ମୃତ, ୪୩ ଆହତ

ବେଜିଂ: ଚୀନ୍‌ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜୁହାଇରେ ଜଣେ ଡ୍ରାଇଭର ତାଙ୍କ କାର୍‌କୁ ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଚଳାଉଥିବା ସମୟରେ ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ।କାର୍ ଧକ୍କାରେ ୭୮ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୫ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ୪୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଆହତଙ୍କ ଚିକିତ୍ସା ଏବଂ ଡ୍ରାଇଭରଙ୍କୁ କଠୋର ଦଣ୍ଡ ଦେବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଚାଇନାର ସମ୍ମାନଜନକ ଏୟାର ସୋ ଜୁହାଇରେ ଚାଲିଥିଲା।

 ଏହାକୁ ଦେଖିବା ପାଇଁ ସହରରେ ଲୋକମାନେ ଭିଡ଼ ଜମାଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ, କାର୍ ଚଳାଉଥିବା ଜଣେ ଡ୍ରାଇଭର ଭିଡ଼ ଅଞ୍ଚଳରେ ପହଞ୍ଚିଥିଲେ। ହଠାତ୍ ତାଙ୍କ କାର ନିୟନ୍ତ୍ରଣ ହରାଇଥିଲା ଏବଂ ଭିଡ଼ ଭିତରକୁ ତୀବ୍ର ବେଗରେ ମନାଇଯାଇଥିଲା। ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଏହା ଏକ ଦୁର୍ଘଟଣା ଅବା ହିଟ୍ ଆଣ୍ଡ୍ ରନ୍ ମାମଲା ତାହା ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ।

 ରିପୋର୍ଟ ଅନୁଯାୟୀ ଡ୍ରାଇଭର କାରରେ ଥିଲେ। ଜୁହାଇ ସହରରେ କାର ଧକ୍କାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ରାଷ୍ଟ୍ରପତି ସି ଜିନପିଙ୍ଗ ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସେ ସମସ୍ତ ସମ୍ଭାବ୍ୟ ସହାୟତା ନିଶ୍ଚିତ କରିଛନ୍ତି।

 ସି ଜିନପିଙ୍ଗ କହିଛନ୍ତି, ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking