କଟକ : ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକର ସାଇବର ଥାନାରେ ଏତଲା ହୋଇଛି । ଏତଲା ଦେଲା ଓଡିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ ସୋସିଆଲ ମିଡିଆରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏଯାବତ ମନୋଜ ମିଶ୍ରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନା ଅନୁସାରେ ଜଣାପଡିଛି ଯେ ମନୋଜ କହିଛନ୍ତି ଓଡିଶାରେ କେହି ଫିଲ୍ମ ଡାଇରେକ୍ଟର ନାହାଁନ୍ତି , ସେମାନେ କାମ ଜାଣି ନାହାଁନ୍ତି ଏଭଳି ମନ୍ତବ୍ୟକୁ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି ।