30.1 C
Bhubaneswar
Tuesday, February 10, 2026
Homeଓଡିଶାଡିଜିଟାଲ୍ ଟିକେଟ୍ ପାଇଁ ଓଏନ୍‌ଡ଼ିସି ପ୍ଲାଟଫର୍ମରେ ଯୋଡ଼ିହେଲା କ୍ରୁଟ୍

ଡିଜିଟାଲ୍ ଟିକେଟ୍ ପାଇଁ ଓଏନ୍‌ଡ଼ିସି ପ୍ଲାଟଫର୍ମରେ ଯୋଡ଼ିହେଲା କ୍ରୁଟ୍

Now crut ଚାଲୋ ମୋବିଲିଟି ପ୍ରାଇଭେଟ୍ ଲିମିଟେଡ଼୍ ହେଉଛି ମୋ ବସ୍ ଟିକେଟ୍ କ୍ରୟର ବିକଳ୍ପ ଦେଉଥିବା ପ୍ରଥମ ସଂସ୍ଥା।

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ (ONDC) ପ୍ଲାଟଫର୍ମରେ ଡିଜିଟାଲ୍ ଟିକେଟ୍ ବିକ୍ରେତା ଭାବରେ ପଞ୍ଜିକୃତ ହୋଇଛି। ଯାତ୍ରୀମାନଙ୍କ ପାଇଁ ଯାତାୟାତ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ କ୍ରୁଟ୍‌ର ନିରନ୍ତର ପ୍ରତିବଦ୍ଧତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଓଏନ୍‌ଡ଼ିସି ପ୍ଲାଟ୍‌ଫର୍ମରେ ଯୋଡ଼ିହେବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ, କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍. ଥିରୁମାଲା ନାୟକ, ଓଏନ୍‌ଡ଼ିସିର ଉପସଭାପତି ଶ୍ରୀ ନିତିନ ନାୟାର ପ୍ରମୁଖଙ୍କ ଉପସ୍ଥିତିରେ ମୋ ବସ୍‌ର ଏକ ଅନ୍‌ଲାଇନ୍ ଟିକେଟ୍ ଚାଲୋ ଆପ୍ ମାଧ୍ୟମରେ କଟାଯାଇଥିଲା।

ଓଏନ୍‌ଡ଼ିସି ସହିତ କ୍ରୁଟ୍‌ର ଏକୀକରଣ ଦ୍ୱାରା, ମୋ ବସ୍‌ର ନିଜସ୍ୱ ଆପ୍ ସହିତ ଅନ୍ୟ ଡ଼ିଜିଟାଲ୍ ସାଇଟ୍ ମାଧ୍ୟମରେ ମଧ୍ୟ ଯାତ୍ରୀମାନେ ଅନ୍‌ଲାଇନ୍ ଟିକେଟ୍ କ୍ରୟ କରି ମୋ ବସ୍‌ରେ ଯାତ୍ରା କରିପାରିବେ। ଏହାଫଳରେ ପେପର୍ ଟିକେଟ୍ ଅପେକ୍ଷା ଡିଜିଟାଲ୍ ଟିକେଟିଂରେ ବୃଦ୍ଧି ହେବ।

ଓଏନ୍‌ଡ଼ିସି ଇକୋସିଷ୍ଟମରେ ଯୋଡ଼ିହୋଇ କ୍ରୁଟ୍ ଯାତ୍ରୀମାନଙ୍କ ପାଇଁ ଟିକେଟ୍ କ୍ରୟକୁ ସରଳ, ସୁଗମ ଏବଂ ସହରାଞ୍ଚଳ ଜନ ପରିବହନକୁ ଯାତ୍ରୀ ଅନୁକୁଳ କରିଥାଏ। କ୍ରୁଟ୍ ଯାତ୍ରୀମାନଙ୍କ ଆବଶ୍ୟକତା ଅନୁଯାୟୀ ବାସ୍ତବ ସମୟରେ ସମାଧାନ ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ।

ଚାଲୋ ମୋବିଲିଟି ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଏହି ପ୍ଲାଟଫର୍ମର ପ୍ରଥମ କ୍ରେତା। ଏଥିରେ ଯାତ୍ରୀମାନଙ୍କୁ ଅନ୍‌ଲାଇନ୍ ଟିକେଟ୍ କରିବାର ବିକଳ୍ପ ରହିଛି। ଜଣେ ସାଧାରଣ ଯାତ୍ରୀ ଯେକୈାଣସି ଓଏନ୍‌ଡ଼ିସି ଅନୁରୂପ ଆପ୍ ମାଧ୍ୟମରେ ମୋ ବସ୍ ଅନ୍‌ଲାଇନ୍ ଟିକେଟ୍ କ୍ରୟ କରିପାରିବ।
କ୍ରୁଟ୍ ମୋ ବସ୍ ସେବାର ଡିଜିଟାଲ୍ ଅଫର୍‌ଗୁଡ଼ିକୁ ବର୍ଦ୍ଧିତ କରିବାର ଯୋଜନା ଜାରୀ ରଖିଛି। ଆଗାମୀ ଦିନରେ ଜନସାଧାରଣଙ୍କ ଯାତାୟାତ ଅଭିଜ୍ଞତା ବୃଦ୍ଧି କରିବା ପାଇଁ ଅନ୍ୟ ସଂସ୍ଥା ସହିତ ମିଳିତ ସହଯୋଗରେ ଭାରତର ଜନ ପରିବହନ କ୍ଷେତ୍ରରେ ଅଧିକ ପରିବର୍ତ୍ତନ ଆଣିବାକୁ ମଧ୍ୟ ଲକ୍ଷ୍ୟ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking