29.1 C
Bhubaneswar
Thursday, November 14, 2024
Homeଦେଶ ବିଦେଶଅଯୋଧ୍ୟାର ମୂଳଦୁଆ ଦୋହଲାଇ ଦେବୁ : ଖଲିସ୍ତାନୀ ଆତଙ୍କୀ ପନ୍ନୁ

ଅଯୋଧ୍ୟାର ମୂଳଦୁଆ ଦୋହଲାଇ ଦେବୁ : ଖଲିସ୍ତାନୀ ଆତଙ୍କୀ ପନ୍ନୁ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ତଥା ଶିଖ୍ ଫର୍ ଜଷ୍ଟିସ (ଏସଏଫଜେ) ର ମୁଖିଆ ଗୁରପତବନ୍ତ ସିଂ ପନ୍ନୁ ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ସେ ଏକ ଭିଡିଓ ଜାରି କରି ଏହି ଧମକ ଦେଇଛନ୍ତି । ଏଥିରେ ସେ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ପନ୍ନୁ କହିଛନ୍ତି, ନଭେମ୍ବର ୧୬ ଓ ୧୭ରେ ଅଯୋଧ୍ୟା ରାମ ମନ୍ଦିରରେ ହିଂସା ହେବ । ଏଥିରେ ରାମ ମନ୍ଦିର ସହିତ ଅନ୍ୟାନ୍ୟ ହିନ୍ଦୁ ଧାର୍ମିକ ସ୍ଥଳ ବିରୋଧରେ ହିଂସା ସୃଷ୍ଟି କରିବାକୁ ବି ଧମକ ଦିଆଯାଇଛି । କୁହାଯାଉଛି ଯେ ପନ୍ନୁ ଏହି ଭିଡିଓ କାନାଡାର ବ୍ରାମ୍ପଟନରେ ରେକର୍ଡ କରିଛନ୍ତି ।

ପନ୍ନୁ ଆହୁରି କହିଛନ୍ତି, ଆମେ ହିନ୍ଦୁତ୍ୱ ବିଚାରଧାରାର ଜନ୍ମସ୍ଥଳୀ ଅଯୋଧ୍ୟାର ମୂଳଦୁଆ ଦୋହଲାଇ ଦେବୁ । ଭିଡିଓରେ ପିଏମ୍ ମୋଦି ଅଯୋଧ୍ୟା ରାମ ମନ୍ଦିରରେ ପ୍ରାର୍ଥନା କରୁଥିବାର ଫଟୋ ମଧ୍ୟ ଦେଖାଯାଇଛି । ଖଲିସ୍ତାନୀ ଆତଙ୍କୀ କାନାଡାରେ ରହୁଥିବା ଭାରତୀୟମାନଙ୍କୁ ହିନ୍ଦୁ ମନ୍ଦିର ଉପରେ ହେଉଥିବା ଆକ୍ରମଣରୁ ଦୂରେଇ ରହିବାକୁ ଧମକ ଦେଇଛନ୍ତି । ତେବେ ପନ୍ନୁ ପୂର୍ବରୁ ମଧ୍ୟ ଭାରତକୁ ଅନେକ ଧମକ ଦେଇଛନ୍ତି । ସେ କହିଥିଲେ ଯେ ଶିଖ୍ ଦଙ୍ଗାକୁ ୪୦ ବର୍ଷ ପୂରଣ ହେବା ପରେ ଏୟାର ଇଣ୍ଡିଆ ବିମାନ ଉପରେ ଆକ୍ରମଣ ହୋଇପାରେ । ପନ୍ନୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ନଭେମ୍ବର ୧ରୁ ୧୯ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ଉଡ଼ାଣ ନ ଭରିବାକୁ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking