34.1 C
Bhubaneswar
Sunday, February 22, 2026
Homeଓଡିଶାସଡକ ଦୁର୍ଘଟଣାରେ ଜଣେ ମୃତ

ସଡକ ଦୁର୍ଘଟଣାରେ ଜଣେ ମୃତ

ସମ୍ବଲପୁର: ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଧନକଉଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ପ୍ରାପ୍ତସୂଚନାନୂଯାୟୀ, ରବିବାର ଅପରାହ୍ନରେ ଧନକଉଡା ବିସ୍କଟ ଫ୍ୟାକ୍ଟ୍ରି ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ କଡରେ ଏକ ଟ୍ରକ ଛିଡା ହୋଇଥିଲା। ଅଚାନକ ଏକ ବାଇକରେ ଜଣେ ବ୍ୟକ୍ତି ଆସି ଉକ୍ତ ଟ୍ରକର ପଛରୁ ପିଟି ହୋଇଯାଇଥିଲେ। ଫଳରେ ଗୁରୁତର ଆହତ ହୋଇ ବ୍ୟକ୍ତି ଜଣକ ତଳେ ପଡ଼ି ଯାଇ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସଦର ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଣୁ ଶବକୁ ସଂରକ୍ଷିତ ରଖି ସଦର ପୁଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜିବା ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking