24.1 C
Bhubaneswar
Tuesday, March 24, 2026
Homeଅପରାଧଜମି ବିବାଦକୁ ନେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଆକ୍ରମଣ

ଜମି ବିବାଦକୁ ନେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଆକ୍ରମଣ

ବାଲେଶ୍ୱର: ଜମିଜମା ବିବାଦକୁ ନେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ମରାଣନ୍ତକ ଆକ୍ରମଣ ହୋଇଛି । ବାଲେଶ୍ଵର ଜିଲ୍ଲା କୁରୁଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସେହି ଗାଁର ପଡ଼ୋଶୀ ତାପସ ପାଣିଗ୍ରାହୀ ଓ ପିଙ୍କୁ ଦିବ୍ୟାଙ୍ଗ ଯୁବତୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୯ଟା ସମୟରେ ଯୁବତୀ ଜଣକ ମା’ଙ୍କ ପାଇଁ ଔଷଧ ନେଇ କୁରୁଡ଼ା ବଜାରରୁ ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ହାତ, ପିଠି ଓ ପେଟରେ ଗୁରୁତର ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ବାରମ୍ବାର ଥାନାରେ ଅଭିଯୋଗ କଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ କୌଣସି ମାମଲା ରୁଜୁ କରୁନାହିଁ । ଅଭିଯୁକ୍ତ ତାପସଙ୍କ ଭାଇ ପୋଲିସ ସଂଘର ପଦ ପଦବୀରେ ଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ ନକରିବାରୁ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ପୀଡ଼ିତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking