19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଡବ୍ଲ୍ୟୁପିଏଲ୍ ୨୦୨୫ ରିଟେନ୍‌ସନ୍ ଲିଷ୍ଟ ଜାରି; ରିଟେନ୍ ଲିଷ୍ଟରେ୍ ସମସ୍ତ ୫ କ୍ୟାପ୍‌ଟେନ୍‌

ଡବ୍ଲ୍ୟୁପିଏଲ୍ ୨୦୨୫ ରିଟେନ୍‌ସନ୍ ଲିଷ୍ଟ ଜାରି; ରିଟେନ୍ ଲିଷ୍ଟରେ୍ ସମସ୍ତ ୫ କ୍ୟାପ୍‌ଟେନ୍‌

ମୁମ୍ବାଇ: ମହିଳା ପ୍ରିମିୟର୍ ଲିଗ୍ (ଡବ୍‌ଲ୍ୟୁପିଏଲ୍‌)ର ୨୦୨୫ ସଂସ୍କରଣ ପାଇଁ ସମସ୍ତ ପାଞ୍ଚ ଟିମ୍ ନିଜ ନିଜର ରିଟେନ୍ ଏବଂ ରିଲିଜ୍ ହୋଇଥିବା ଖେଳାଳିଙ୍କ ଲିଷ୍ଟ ଜାରି କରିଛନ୍ତି। ଚଳିତ ଥର ଲିଗ୍‌ର ମିନି ଅକ୍ସନ୍ ହେବାକୁ ଥିବାରୁ ସମସ୍ତ ଟିମ୍ ଅଧିକାଂଶ ଖେଳାଳିଙ୍କୁ ରିଟେନ୍ କରିଛନ୍ତି। ସମସ୍ତ ପାଞ୍ଚ ଫ୍ରାଞ୍ଚାଇଜି ନିଜର କୋର୍ ଗ୍ରୁପ୍‌ରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଡବ୍‌ଲ୍ୟୁପିଏଲ୍ ନିୟମ ଅନୁସାରେ ପ୍ରତ୍ୟେକ ଟିମ୍‌ରେ ସର୍ବାଧିକ ୧୮ ଖେଳାଳି ରହିପାରିବେ। ଏହା ମଧ୍ୟରେ ୬ ବିଦେଶୀ ଖେଳାଳି ରହିବା ଅନିବାର୍ଯ୍ୟ। ଆଗାମୀ ସିଜନ୍ ପାଇଁ ବିସିସିଆଇ ନିଲାମୀ ପୂର୍ବରୁ ଟିମ୍‌ଗୁଡ଼ିକର ପର୍ସରେ ବୃଦ୍ଧି କରିଛି। ଏହାକୁ ୧୫ କୋଟି ଟଙ୍କା କରାଯାଇଛି। ପ୍ରଥମ ସିଜନ୍‌ରେ ୧୨ କୋଟି ଥିବାବେଳେ ଦ୍ୱିତୀୟ ସିଜନ୍‌ରେ ଏହା ୧୩.୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ତେବେ ବିସିସିଆଇ ଅକ୍ସନ୍ ତାରିଖ ଘୋଷଣା କରିନାହିଁ।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଉଦ୍‌ଘାଟନୀ ସିଜନ୍‌ରେ ଲିଗ୍‌ର ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଇଂଲଣ୍ଡର ଇଜି ୱଙ୍ଗ୍‌ଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜନ୍ ପୂର୍ବରୁ ରିଲିଜ୍ କରିଛି। ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ଡବ୍‌ଲ୍ୟୁପିଏଲ୍‌ର ପ୍ରଥମ ସିଜନ୍‌ରେ ଚାମ୍ପିଅନ୍ ହୋଇଥିଲା। ସେହିପରି ଗୁଜରାଟ ଜାଏଣ୍ଟ୍‌ସ ଅନୁଭବୀ ଅଲ୍‌ରାଉଣ୍ଡର୍ ସ୍ନେହ ରାଣାଙ୍କୁ ରିଲିଜ୍ କରି ସମସ୍ତଙ୍କୁ ଚକିତ କରିଛି। ରାଣା ଲିଗ୍‌ର ପ୍ରଥମ ସିଜନ୍‌ରେ ଟିମ୍‌ର କ୍ୟାପ୍‌ଟେନ୍ ଥିଲେ। ଏହା ବ୍ୟତୀତ ଫ୍ରାଞ୍ଚାଇଜି କାଥରିନ୍ ବ୍ରାୟସ୍ ଏବଂ ଲି ତାହୁହୁଙ୍କୁ ମଧ୍ୟ ରିଲିଜ୍ କରିଦେଇଛି। ମିନି ଅକ୍ସନ୍ ପାଇଁ ଫ୍ରାଞ୍ଚାଇଜି ପର୍ସରେ ୪.୪ କୋଟି ଟଙ୍କା ରହିଛି। ସେହିପରି ଦ୍ୱିତୀୟ ସିଜନ୍‌ର ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଡେନି ବାୟଟ୍ ହଜ୍‌ଙ୍କ ଟ୍ରେଡ୍ ପରେ ଇଂଲଣ୍ଡ କ୍ୟାପ୍‌ଟେନ୍ ହିଥର୍ ନାଇଟ୍ ଏବଂ ସାଉଥ୍ ଆଫ୍ରିକା ଅଲ୍‌ରାଉଣ୍ଡର୍ ନଡିନ୍ ଡି କ୍ଲାର୍କଙ୍କୁ ରିଲିଜ୍ କରିଛି।
ମିନି ଅକ୍ସନ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପର୍ସରେ ସର୍ବନିମ୍ନ ୨.୫ କୋଟି ଟଙ୍କା ଥିବାବେଳେ
ଗୁଜରାଟ ଜାଏଣ୍ଟ୍‌ସ ପର୍ସରେ ସର୍ବାଧିକ ୪.୪ କୋଟି ଟଙ୍କା ରହିଛି। ସେହିପରି ଆର୍‌ସିବି ପର୍ସରେ ୩.୨୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୨.୬୫ କୋଟି ଏବଂ ୟୁପି ୱାରିୟର୍ସ ପର୍ସରେ ୩.୯ କୋଟି ଟଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking