28.1 C
Bhubaneswar
Monday, December 15, 2025
Homeଦେଶ ବିଦେଶରଣଜୀ ଟ୍ରଫି: ଶ୍ରେୟସ୍ ଆୟର୍‌ଙ୍କ ଦ୍ୱିଶତକ; ଓଡ଼ିଶା ୪୫୬ ରନ୍‌ରେ ପଛୁଆ

ରଣଜୀ ଟ୍ରଫି: ଶ୍ରେୟସ୍ ଆୟର୍‌ଙ୍କ ଦ୍ୱିଶତକ; ଓଡ଼ିଶା ୪୫୬ ରନ୍‌ରେ ପଛୁଆ

ମୁମ୍ବାଇ: ସ୍ଥାନୀୟ ଶରଦ ପୱାର୍ କ୍ରିକେଟ୍ ଏକାଡେମୀରେ ଖେଳାଯାଉଥିବା ରଣଜୀ ଟ୍ରଫି ୨୦୨୪-୨୫ର ଚତୁର୍ଥ ରାଉଣ୍ଡ୍ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଓଡ଼ିଶା ବିପକ୍ଷରେ ମୁମ୍ବାଇ ପ୍ରଥମ ଇନିଂସ୍‌ରେ ୪୫୬ ରନ୍‌ର ଅଗ୍ରଣୀ ହାସଲ କରିଛି। ଶ୍ରେୟସ୍ ଆୟରଙ୍କ (୨୩୩) ଦ୍ୱିଶକ ବଳରେ ମୁମ୍ବାଇ ଗୁରୁବାର ୬୦୨/୪ରେ ପ୍ରଥମ ଇନିଂସ୍ ଘୋଷଣା କରିଛି। ଜବାବରେ ଦ୍ୱିତୀୟ ଦିନ ଷ୍ଟମ୍ପ୍‌ସ ବେଳକୁ ଓଡ଼ିଶା ପ୍ରଥମ ଇନିଂସ୍‌ରେ
ଚଳିତ ରଣଜୀ ଟ୍ରଫିର ଚତୁର୍ଥ ରାଉଣ୍ଡ୍ ମ୍ୟାଚ୍‌ର ଦ୍ୱିତୀୟ ଦଚ୍ନରେ ଶ୍ରେୟସ୍ ଆୟର୍‌ଙ୍କ ଦ୍ୱିଶତକ ସହାୟତାରେ ଓଡ଼ିଶା ବିପକ୍ଷରେ ମୁମ୍ବାଇ ୫ ୱିକେଟ୍ ହରାଇ ୧୪୬ ରନ୍ କରିଛି। ଷ୍ଟମ୍ପ୍‌ସ ବେଳକୁ ସନ୍ଦୀପ ପଟ୍ଟନାୟକ ୭୩ ଏବଂ ଦେବବ୍ରତ ପ୍ରଧାନ ୭ ରନ୍‌ରେ ଅପରାଜିତ ରହିଛନ୍ତି। ୬୦୨ ରନ୍‌ର ଜବାବରେ ପ୍ରଥମ ଇନିଂସ୍ ଆରମ୍ଭ କରିଥିବା ଓଡ଼ିଶା ୩ ରନ୍‌ର ସ୍କୋର୍‌ରେ ସ୍ୱସ୍ତିକ୍ ସାମଲ୍ (୦)ଙ୍କ ୱିକେଟ୍ ହରାଇଥିଲା। ଏହାପରେ ଅନୁରାଗ ଷଡ଼ଙ୍ଗୀ ଓ ସନ୍ଦୀପ ପଟ୍ଟନାୟକ ଇନିଂସ୍ ସମ୍ଭାଳି ୧୦୭ ରନ୍‌ର ଭାଗୀଦାରି କରିଥିଲେ। ଅନୁରାଗ (୩୯)ଙ୍କୁ କ୍ଲିନ୍ ବୋଲ୍ଡ କରି ହିମାଂଶୁ ସିଂହ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ଏହାପରେ ଟିମ୍ ୨୭ ରନ୍ ମଧ୍ୟରେ ୩ଜଣ ବ୍ୟାଟର୍‌ଙ୍କୁ ହରାଇଥିଲ। କ୍ୟାପ୍‌ଟେନ୍ ଗୋବିନ୍ଦ ପୋଦ୍ଦାର ଖାତା ଖୋଲିବା ପୂର୍ବରୁ ଶମ୍ସ ମୁଲାନୀଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିବା ବେଳେ ପରବର୍ତ୍ତୀ ଓଭର୍‌ରେ ବିପ୍ଳବ ସାମନ୍ତରାୟ (୦) ହିମାଂଶୁ ସିଂହଙ୍କ ଶିକାର ହୋଇଥିଲେ। କାର୍ତ୍ତିକ ବିଶ୍ୱାଳ ୨୨ ରନ୍ କରିବା ପରେ ଶମ୍ସ ମୁଲାନୀଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ତେବେ ସନ୍ଦୀପ ଗୋଟିଏ ପଟେ ତିଷ୍ଟିରହି ୧୪୧ ବଲ୍‌ରୁ ୧୧ ଚୌକା ଓ ଗୋଟିଏ ଛକା ସହାୟତାରେ ୭୩ ରନ୍‌ରେ ଅପରାଜିତ ଅଛନ୍ତି।
ଗୁରୁବାର ୩୮୫/୩ରୁ ଅସମାପ୍ତ ପ୍ରଥମ ଇନିଂସ୍ ଆରମ୍ଭ କରିଥିବା ମୁମ୍ବାଇ ସ୍କୋର୍‌ରେ ଆଉ ୧୨୩ ରନ୍ ଯୋଗ ହେବା ପରେ ୫୦୮ ରନ୍‌ର ସ୍କୋର୍‌ରେ ଶ୍ରେୟସ୍ ଆୟର୍‌ଙ୍କ ୱିକେଟ୍ ହରାଇଥିଲା। ଆୟର୍ ୨୨୮ ବଲ୍‌ରେ ୨୪ ଚୌକା ଓ ୯ ଛକା ସହାୟତା ୨୩୩ ରନ୍ କରି ହର୍ଷିତ ରାଠୋଡ଼ଙ୍କ ବଲ୍‌ରେ ଆଶୀର୍ବାଦ ସ୍ୱାଇଁଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ ହୋଇଥିଲେ। ସ୍କୋର୍‌ରେ ଆଉଟ୍ ୯୪ ରନ୍ ଯୋଗ ହେବାପରେ ମୁମ୍ବାଇ ପ୍ରଥମ ଇନିଂସ୍ ଘୋଷଣା କରିଥିଲା। ସିଦ୍ଧେଶ ଲାଡ୍ ୧୬୯ ଓ ସୁର୍ଯ୍ୟାଂଶ ଶେଡ୍‌ଗେ ୭୯ ରନ୍ କରି ଅପରାଜିତ ରହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking