27.1 C
Bhubaneswar
Thursday, December 26, 2024
Homeଓଡିଶାକେନ୍ଦ୍ରାପଡାରେ ସଂଘବଦ୍ଧ ଆକ୍ରମଣ: ବାଟ ଅଟକାଇ ଭୁଜାଲିରେ ହାଣିଲେ

କେନ୍ଦ୍ରାପଡାରେ ସଂଘବଦ୍ଧ ଆକ୍ରମଣ: ବାଟ ଅଟକାଇ ଭୁଜାଲିରେ ହାଣିଲେ

ବ୍ୟୁରୋ : କାମ ସାରି ଘରକୁ ଫେରିବା ବେଳେ ପୂର୍ବ ଶତ୍ରତାକୁ କେନ୍ଦ୍ର କରି  ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରି ଅବସ୍ଥା ଶୋଚନୀୟ କରିଛନ୍ତି ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡଗଡି ସେତୁ ନିକଟରେ ଏଭଳି ଅବାବନୀୟ ଘଟଣା ଘଟିଛି । ଆହତ ବ୍ୟକ୍ତି ପର୍ଶୁରାମ ମହାନ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ ପର୍ଶୁରାମ କାମ ସାରି ଗାଁ ଅଭିମୁଖେ ଫେରୁଥିଲେ । ସେହିସମୟରେ  ଗଡଗଡି ସେତୁ ନିକଟରେ  ହଠାତ ୧୦ରୁ ୧୨ ଜଣ ଯୁବକ  ତାଙ୍କ  ଉପରେ ସଂଘବଦ୍ଧ ଆକ୍ରମଣ କରି ନିସ୍ତୁକ ମାଡ ମାରିଥିଲେ । ଆଣ୍ରମଣକାରୀମାନେ ଭୁଜାଲିରେ ପର୍ଶୁରାମକୁ ମାଡ ମାରିଥିଲେ । ରକ୍ତ ଭିଜା ଅବସ୍ଥାରେ ରାସ୍ତା ଉପରେ ପଡି ଛଟପଟ ହେଉଥିଲେ ପର୍ଶୁରାମ । ଏହାକୁ ଦେଖି ସ୍ଥାନୀୟ ଲୋକେ  ତାଙ୍କ ପରିବାରକୁ ଜଣାଇଥିଲେ ।  ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ  ଉଦ୍ଧାର କରି ପ୍ରଥମେ ଆଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାପରେ ସ୍ୱାସ୍ଥ୍ୟବସ୍ଥା
ଅଧିକ ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର  କରାଯାଇଛି  । ପୁଲିସ ଏହି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking