29.1 C
Bhubaneswar
Monday, April 27, 2026
Homeଓଡିଶାସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଖୋର୍ଦ୍ଧା : ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପାରୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡ଼ପାରୀ ଗ୍ରାମର କେଶବ ମହାରଣାଙ୍କ ପତ୍ନୀ ଅନସୂୟା ମହାରଣା। ପରିବାର ଲୋ‌େ‌କ ତାଙ୍କ ମୃତ୍ୟୁ ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦାୟୀ କରିଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ବୁଝିନଥିଲେ। ପରେ ସରପଞ୍ଚ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାନୁସାରେ, ରବିବାର ସକାଳେ ଅନସୂୟା ବାଡ଼ି ଓଳାଉ ଥିବାବେଳେ ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଅତ୍ୟାବଶ୍ୟକ ଔଷଧ, ଇଞ୍ଜେକ୍‌ସନ ଥିଲେ ମଧ୍ୟ ସମସ୍ତ ଔଷଧ ବାହାରୁ କିଣିବାକୁ ଜଣେ ଷ୍ଟାଫ ନର୍ସ କହିଥିଲେ। ପରିବାର ଲୋକ ବାହାରୁ ଔଷଧ ଆଣିବା ବେଳକୁ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଚିକିତ୍ସାରେ ବିଳମ୍ବ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking