17.1 C
Bhubaneswar
Sunday, December 21, 2025
Homeଓଡିଶାଯାଜପୁର ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଯାଜପୁର ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଯାଜପୁର: ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା କହିଲେ ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସାରା ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ସପ୍ତାହ ପାଳନର ଉଦ୍ଦେଶ୍ୟ। ଦୁର୍ନୀତି ବିକାଶ ପଥରେ ଏକ ବଡ଼ ପ୍ରତିବନ୍ଧକ। ଦୁର୍ନୀତି ଦେଖିଲେ ଆମେ ସ୍ୱର ଉତ୍ତୋଳନ କରିବା। ଲାଞ୍ଚ ନେବା ନାହିଁ କି ଦେବା ନାହିଁ। ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ କହିଲେ ଜିଲ୍ଲାରେ ଅକ୍ଟୋବର ୨୮ ରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ସମସ୍ତଙ୍କୁ ସାଧୁତା ଓ ସଚ୍ଚୋଟତାର ସହିତ କାମ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ଓ ଦେଶର ପ୍ରଗତି ପାଇଁ ଦୁର୍ନୀତି ହେଉଛି ମୁଖ୍ୟ ଆହ୍ବାନ। ସରକାରଙ୍କ ଅନୁଦାନ ରାଶି ଠିକ ଭାବରେ ହିତାଧିକାରୀ ଙ୍କ ପାଖରେ ପହଂଚିପାରୁନାହିଁ । ଯଦି ଆମର ପଦ୍ଧତି ଏହିଭଳି ଚାଲେ ଦେଶ ପ୍ରଗତି କରିପାରିବ ନାହିଁ। ଉପର ସ୍ତରରୁ ତଳ ସ୍ତର ପର୍ଯ୍ୟନ୍ତ ଦୁର୍ନୀତି ହେଉଛି। ଲାଞ୍ଚ ନେବା ଓ ଦେବା ଉଭୟ ଅପରାଧ। ଦୁର୍ନୀତି ହ୍ରାସ କରିବାରେ ସରକାରୀ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମ ରାଜ୍ୟରେ ଦୁର୍ନୀତି ନିବାରଣ ବିଭାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ କେସ ଦରଜ କରୁଛନ୍ତି। ସମସ୍ତେ ସାମିଲ ହେଲେ ଓ ଦୃଢ ସଂକଳ୍ପ ନେଲେ ଦୁର୍ନୀତିକୁ ପ୍ରତିହତ କରିପାରିବା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା ଯୋଗଦେଇ କହିଲେ ଜିଲ୍ଲାରେ ଏହି ସପ୍ତାହରେ ଦୁର୍ନୀତି ନିବାରଣ ଶପଥ ପାଠ, ସଚେତନତା ଶୋଭାଯାତ୍ରା, ଗ୍ରାମସଭା ଆଦି ଆୟୋଜିତ ହୋଇଯାଇଛି। ସଚେତନତା ରଥ ସହର ପରିକ୍ରମା କରିଛି। ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିରୁଦ୍ଧ ରାଉତରାୟ କହିଲେ ପ୍ରଥମେ ଆମକୁ ସତର୍କ ରହିବାକୁ ପଡିବ। ଆମର ଦାୟିତ୍ବ ଓ ଅଧିକାର କଣ ରହିଛି ତାହା ଜାଣିବାକୁ ପଡିବ। ଦେଶ, ମାଟି ଓ ସମାଜ ପ୍ରତି ଆମର କର୍ତ୍ତବ୍ୟରେ ଅବହେଳା କରିବା ନାହିଁ। ସରକାରୀ ଯୋଜନା ଓ ପ୍ରକଳ୍ପ ଠିକ୍ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ପଡ଼ିବ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ସମାଜ ସେବୀ ଶ୍ରୀ ବଳଭଦ୍ର ଦାସ ପ୍ରମୁଖ ସମସ୍ତଙ୍କର ସହଯୋଗ ରହିଲେ ଜିଲ୍ଲାରୁ ଦୁର୍ନୀତି ରୂପକ ବ୍ୟାଧିକୁ ଦୂର କରାଯାଇପାରିବ ବୋଲି କହିଥିଲେ। ଏହି ଅବସରରେ ଚଳିତ ବର୍ଷର ପ୍ରସଙ୍ଗ “ସତ୍ୟ ନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି” କୁ ନେଇ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଅତିଥି ମାନଙ୍କୁ “ସତ୍ୟ ନିଷ୍ଠତାରୁ ସମୃଦ୍ଧି” ବ୍ୟାଣ୍ଡ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ଦିବସଟିର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ। ଶେଷରେ ଦୁର୍ନୀତି ନିବାରଣ ବିଭାଗ ଯାଜପୁରର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଶିଲ କୁମାର ଏକ୍କା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଦିବସରେ ଉପସ୍ଥିତ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ପ୍ରଶାସନିକ ଅଧିକାରୀଗଣ, ଗଣମାଧ୍ୟମ ପ୍ରତିନିଧି, ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ଶ୍ରୀମତୀ ସୁଲୋଚନା ନାୟକ, ଏ.ଏସ.ଆଇ ଶ୍ରୀକାନ୍ତ ନାୟକ ସଭା ପରିଚାଳନାରେ ସହାୟତା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking