19.1 C
Bhubaneswar
Saturday, January 4, 2025
Homeଦେଶ ବିଦେଶଗୁଗୁଲ ଉପରେ ୨୦ ଡିସିଲିୟନ୍ ଡଲାର ଜରିମାନା

ଗୁଗୁଲ ଉପରେ ୨୦ ଡିସିଲିୟନ୍ ଡଲାର ଜରିମାନା

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ୨୦ ଡିସିଲିଅନ୍ ଡଲାରର ଜରିମାନା ଲାଗୁ କରାଯାଇଛି । ରୁଷ୍‌ର ଏକ କୋର୍ଟ ଗୁଗୁଲ୍ ଉପରେ ଏହି ପରିମାଣର ଜରିମାନା ଲାଗୁ କରିଛନ୍ତି, ଯାହାକି ସମଗ୍ର ବିଶ୍ୱର ଜିଡିପି (ଅର୍ଥନୀତି) ତୁଳନାରେ ମଧ୍ୟ ୬୨୦ ଗୁଣ ଅଧିକ । ଗୁଗୁଲ୍ ଉପରେ ରୁଷୀୟ କୋର୍ଟଙ୍କ ଏପ୍ରକାର ଅର୍ଥଦଣ୍ଡକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ ମାଲିକାନାରେ ଥିବା ୟୁଟ୍ୟୁବ୍ ଉପରେ ଏହି ଜରିିମାନା ଲାଗୁ କରାଯାଇଛି ।

ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ସମ୍ପର୍କିତ ଖବରକୁ ନେଇ ଗୁଗୁଲ ଓ ମସ୍କୋ ମୁହାଁମୁହିଁ ହୋଇଥିଲେ । ଯୁଦ୍ଧ ସମ୍ପର୍କରେ ରୁଷ୍ ସରକାରଙ୍କ ନିଜସ୍ୱ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଖବରକୁ ୟୁଟ୍ୟୁବ୍ ନିଜ ପେଜ୍‌ରେ ସ୍ଥାନଦେଉନଥିଲା । ମୋଟାମୋଟି ୟୁଟ୍ୟୁବ୍ ରୁଷ୍ ସରକାରଙ୍କ ନିଜସ୍ୱ ଚ୍ୟାନେଲକୁ ଅଘୋଷିତ ଭାବେ ବ୍ୟାନ କରିଥିଲା । ତେବେ ରୁଷ୍ ସରକାର ୟୁଟ୍ୟୁବ୍‌ର ଏପ୍ରକାର ଆଚରଣ ବିରୋଧରେ କୋର୍ଟରେ ମାମଲା ରୁଜୁ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ଗୁଗଲ ଉପରେ ୨୦ ଡିସିଲିଅନ ଡଲାର ଆର୍ôଥକ ଦଣ୍ଡ ଲାଗୁ କରିଛନ୍ତି ।

ରୁଷୀୟ କୋର୍ଟ ନିଜ ରାୟରେ କହିଛନ୍ତି ଯେ, ୟୁଟ୍ୟୁବ ରୁଷ୍ ସରକାରଙ୍କ ଚ୍ୟାନେଲଗୁଡ଼ିକୁ ବ୍ୟାନ କରି ଗୁଗୁଲ ଜାତୀୟ ପ୍ରସାରଣ ନିୟମକୁ ଉଲ୍ଲଂଘନ କରିଛି । ତେଣୁ ୟୁଟ୍ୟୁବ୍‌କୁ ଦଣ୍ଡିତ କରାଯାଉଛି । ଏତଦ୍‌ବ୍ୟତୀତ ୟୁଟ୍ୟୁବ୍‌ର ପ୍ୟାରେଣ୍ଟ କମ୍ପାନୀ ଗୁଗୁଲକୁ ମଧ୍ୟ ରୁଷ୍ ସରକାରଙ୍କ ଚ୍ୟାନେଲଗୁଡ଼ିକୁ ପ୍ରସାରଣ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ୟୁଟ୍ୟୁବ୍ ପ୍ଲାଟଫର୍ମ ଆସନ୍ତା ୯ ମାସ ମଧ୍ୟରେ କୋର୍ଟଙ୍କ ଉପରୋକ୍ତ ଆଦେଶ ପାଳନ କରିବାରେ ଖିଲାପି କରେ ତେବେ ଜରିମାନା ରାଶିକୁ ଦୈନିକ ହାରରେ ୧୨୦୦ ଡଲାର ଲେଖାଏ ବୃଦ୍ଧି କରାଯିବ ।

ସୂଚନାଯୋଗ୍ୟ, ଗୁଗଲ ବିରୋଧରେ ଏହି ମାମଲା ୨୦୨୨ ମାର୍ଚ୍ଚ ମାସରେ ହୋଇଥିଲା । ୟୁଟ୍ୟୁବ୍ ପକ୍ଷରୁ ଆରଟି ଓ ସ୍ପୁଟ୍‌ନିକ ସମେତ ରୁଷ୍‌ର ଅନେକ ରାଷ୍ଟ୍ରାୟତ୍ତ ଚ୍ୟାନେଲ ଉପରେ ବିଶ୍ୱବ୍ୟାପୀ ନିଷେଧାଦେଶ ଘୋଷଣା କରାଯିବା ପରେ ରୁଷ୍ ସରକାରଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା । ଏବେ ଏହି ମାମଲାର ରାୟ ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking