25.1 C
Bhubaneswar
Saturday, November 2, 2024
Homeଦେଶ ବିଦେଶତେଲଙ୍ଗାନାରେ ୧ ବର୍ଷ ପାଇଁ ମାୟୋନିଜ୍ ବ୍ୟାନ୍

ତେଲଙ୍ଗାନାରେ ୧ ବର୍ଷ ପାଇଁ ମାୟୋନିଜ୍ ବ୍ୟାନ୍

ହାଇଦ୍ରାବଦ୍‌:  ତେଲଙ୍ଗାନା ସରକାର ୧ ବର୍ଷ ପାଇଁ ମାୟୋନିଜ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ହାଇଦ୍ରାବାଦରେ ମୋମୋ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କଞ୍ଚା ଅଣ୍ଡାରେ ତିଆରି ମାୟୋନିଜ୍ ଉପରେ ବ୍ୟାନ୍ ଲାଗୁ ହୋଇଛି । ହାଇଦ୍ରାବାଦରେ ମୋମୋ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଅସୁସ୍ଥ ହୋଇପଡ଼ିଥିଲେ । କଞ୍ଚା ଅଣ୍ଡାରେ ତିଆରି ମାୟୋନିଜ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ହେତୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେଲଙ୍ଗାନା ଖାଦ୍ୟ ସୁରକ୍ଷା ଆୟୋଗ ଏକ ବୟାନରେ କହିଛନ୍ତି, ଗତ କିଛି ମାସର ନିରୀକ୍ଷଣ ଏବଂ ମିଳିଥିବା ଅଭିଯୋଗଗୁଡ଼ିକରୁ ଜଣାପଡ଼ିଛି ଯେ କଞ୍ଚା ଅଣ୍ଡାରେ ତିଆରି ମାୟୋନିଜ୍ ଖାଇଲେ ଫୁଡ୍ ପଏଜନିଂ ହେଉଛି ।

ସରକାର ଲଗାଇଥିବା ପ୍ରତିବନ୍ଧକ ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି । ଆୟୋଗ କହିଛନ୍ତି, କଞ୍ଚା ଅଣ୍ଡାରୁ ତିଆରି ମାୟୋନିଜର ଉତ୍ପାଦନ, ସଂରକ୍ଷଣ ଏବଂ ବିକ୍ରି ଉପରେ ଅକ୍ଟୋବର ୩୦ରୁ ବର୍ଷେ ପାଇଁ ପ୍ରତିବନ୍ଧକ ରହିବ । ସରକାରୀ ଆଦେଶରେ କୁହାଯାଇଛି ଯେ ଖାଦ୍ୟ ପଦାର୍ଥ ସହ ଜଡ଼ିତ ସ୍ୱାସ୍ଥ୍ୟଗତ ବିପଦ ବିଷୟରେ ଲୋକଙ୍କୁ ସତର୍କ କରାଯିବ । ସୂଚନା ଯେ ଗତ ମଙ୍ଗଳବାର ହାଇଦ୍ରାବାଦରେ ମୋମୋ ଖାଇବା ପରେ ଜଣେ ୩୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୧୫ ଜଣ ଅସୁସ୍ଥ ହୋଇପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking