27.1 C
Bhubaneswar
Friday, November 1, 2024
Homeଓଡିଶାଆମ୍ବ ଟାକୁଆ ଜାଉ ଖାଇ ୨ମୃତ, ୬ ଗୁରୁତର

ଆମ୍ବ ଟାକୁଆ ଜାଉ ଖାଇ ୨ମୃତ, ୬ ଗୁରୁତର

ଦାରିଙ୍ଗବାଡି : ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ୨ ଜଣଙ୍କ ମଧ୍ୟରୁ ଜଣେ ମହିଳା ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ବରଣ କରିଥିବା ବେଳେ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ମାଣ୍ଡିପଙ୍କା ଗାଁରେ ଅଘଟଣ । ଆମ୍ୱ ଟାକୁଆରୁ ପ୍ରସ୍ତୁତ ଜାଉ ଖାଇ ୮ ଜଣ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ସମସ୍ତ ଗୁରୁତରଙ୍କୁ ବ୍ରାହ୍ମଣୀ ଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସାରତ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ରୋଗୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା । ବ୍ରହ୍ମପୁର ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ଜଣେ ଯୁବତୀ ପ୍ରାଣ ହରାଇଥିଲେ । ଆଉ ୬ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାରତ ଅଛନ୍ତି । ଏହି ଘଟଣା ପରେ ପଲିସକୁ ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ ସ୍ଥାନୀୟଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦ୍ୱୟ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking